Masthead

ନାରଦା ଷ୍ଟିଙ୍ଗ ମାମଲାରେ ଚାର୍ଜସିଟ ଦାଖଲ କଲା ଇଡି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାର ତଦନ୍ତ ଆଉ ଏକ ପାଦକୁ ଆଗକୁ ବଢିଛି । ତେବେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାର ଚାର୍ଜସିଟ ଦାଖଲ କରିଛି । ଇଡି ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟରେ ରାଜ୍ୟରେ ଶାସକ ଦଳର ଦୁଇ ମନ୍ତ୍ରୀଙ୍କ ନାମ ମଧ୍ୟ ରହିଛି । ଏମାନେ ହେଲେ ଫିରହାଦ ହାକିମ ଓ ସୁବ୍ରତ ମୁଖାର୍ଜୀ । ଏହି ଚାର୍ଜସିଟଟି କୋଲକାତାର ସ୍ୱତନ୍ତ୍ର କୋର୍ଟରେ ଦାଖଲ କରାଯାଇଥିବାର ସୂଚନା ମିଳିଛି ।

ଏମାନଙ୍କ ବ୍ୟତୀତ ତୃଣମୂଳ କଂଗ୍ରେସର ନେତା ମଦନ ମିତ୍ର ଓ ଶୋଭାନ ଚାଟାର୍ଜୀଙ୍କ ନାମ ମଧ୍ୟ ରହିଛି । ଶୋଭନ ଚାଟାର୍ଜୀ ବର୍ତ୍ତମାନ ତୃଣମୂଳ କଂଗ୍ରେସ ଛାଡି ଦେଇଥିଲା ବେଳେ ମଦନ ମିତ୍ର ଜଣେ ପୂର୍ବତନ ମନ୍ତ୍ରୀ ଥିଲେ । କେବଳ ଏତିକି ନୁହେଁ ବରଂ ପୁଲିସ ଏସଏମଏଚଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଇଛନ୍ତି । ଚାର୍ଜସିଟରେ ରାଜ୍ୟର ଶାସକ ଦଳର ମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କର ନାମ ଥିବାରୁ ଏହି ପ୍ରସଙ୍ଗଟି ଆହୁରି ତୀବ୍ର ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି