Masthead

ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ

ବାରିପଦା (ବଡ଼ ଖବର ବ୍ୟୁରୋ): ହତ୍ୟା ଘଟଣାର ତଦନ୍ତ ବେଳେ ସାମ୍ନାକୁ ଆସିଛି ମାନବିକତାର ଏକ ଅନନ୍ୟ ଚିତ୍ର। ଘଟଣାସ୍ଥଳରେ ତଦନ୍ତ ସାରିବା ପରେ ମୃତଦେହକୁ ବ୍ୟବଚ୍ଛେଦ (Post-mortem) ପାଇଁ ନେବାକୁ ପୋଲିସକୁ ଆତ୍ମୀୟଙ୍କ ଆବଶ୍ୟକତା ପଡ଼ିଥିଲା। ମାତ୍ର ଦୁର୍ଭାଗ୍ୟବଶାତଃ, ମୃତକଙ୍କ ବଡ଼ ପୁଅଙ୍କୁ ଛାଡ଼ିଦେଲେ ଆଉ କୌଣସି ନିଜ ଲୋକ ଉପସ୍ଥିତ ନଥିଲେ। ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ କୌଣସି ଗାଡ଼ି ଯିବାର ସୁବିଧା ନଥିବା ବେଳେ ରାସ୍ତା କାଦୁଅରେ ପଚପଚ ହୋଇଥିଲା ।

ଏହି ସଙ୍କଟ ସମୟରେ ନିଜର କର୍ତ୍ତବ୍ୟରୁ ଟିକିଏ ଆଗକୁ ଯାଇ ବାଙ୍ଗିରିପୋଷି ପୋଲିସ ଅଧିକାରୀ ଜ୍ୟୋତି ରଞ୍ଜନ ସେଠୀ, ମହିଳା ଅଧିକାରୀ ସସ୍ମିତା ସାମଲ, ଏପିଆର୍ (APR) କର୍ମଚାରୀ ଏବଂ ସାମ୍ବାଦିକ ପ୍ରଭାତ ହୋତା ନିଜେ ଶବକୁ କାନ୍ଧେଇଥିଲେ। ପ୍ରାୟ ୧ କିଲୋମିଟର କାଦୁଅ ଵିଲ ରାସ୍ତାରେ ମୃତଦେହକୁ ବୋହି ଆଣି ମୁଖ୍ୟ ରାସ୍ତାରେ ପହଞ୍ଚାଇଥିଲେ।  ପୋଲିସ ପ୍ରତି ଥିବା ଲୋକଙ୍କ ଚିନ୍ତାଧାରାକୁ ଏହା ବଦଳେଇ ଦବ ନିଶ୍ଚିତ। ବାଙ୍ଗିରିପୋଷି ପୋଲିସ ର ଏଭଳି କାର୍ଯ୍ୟ କୁ ଅଞ୍ଚଳରେ ପ୍ରଶଂସା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ 🔴 ଆଜିଠାରୁ ରତ୍ନଭଣ୍ଡାର ଗଣତି 🔴 ୪ ଦିନ ନିର୍ଧୂମ ବର୍ଷିବ 🔴 ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା 🔴 ୩ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଜୁଏଲଙ୍କ ଟାର୍ଗେଟରେ ଦିଲ୍ଲୀପ କି? 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ 🔴 ଆଜିଠାରୁ ରତ୍ନଭଣ୍ଡାର ଗଣତି 🔴 ୪ ଦିନ ନିର୍ଧୂମ ବର୍ଷିବ 🔴 ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା 🔴 ୩ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଜୁଏଲଙ୍କ ଟାର୍ଗେଟରେ ଦିଲ୍ଲୀପ କି? 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ