ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ଓ ଆସନ୍ତାକାଲି ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଗଣତି କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗଣତି ସମୟରେ ରତ୍ନଭଣ୍ଡାରରେ ଥିବା ବିଭିନ୍ନ ମୂଲ୍ୟବାନ ସାମଗ୍ରୀର ହିସାବ ଓ ତଥ୍ୟ ଯାଞ୍ଚ କରାଯିବ । ପୂର୍ବରୁ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣକୁ ନେଇ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଇଛି ।
ରଥଯାତ୍ରା ସମୟରେ ୨ ଘଣ୍ଟା ୨୭ ମିନିଟ୍ ଧରି ଚାଲିଥିଲା ଗଣତି ମଣତି କାର୍ଯ୍ୟ। ମହାପ୍ରଭୁଙ୍କ ୯ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ଓ ମଣତି କାର୍ଯ୍ୟ କରାଯାଇଥିଲା । କିନ୍ତୁ ସେ ସମୟରେ ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଝୋବା କଣ୍ଠୀର ଗଣତି ମଣତି କାର୍ଯ୍ୟ ହୋଇ ହୋଇପାରିନାହିଁ । ଶ୍ରୀଜିଉଙ୍କ ଅଣ୍ଟା ପଟି ବା ରୂପାରସିକ ଶୁଆ ଥଣ୍ଟିଆ ତିନିଟି, ରାହୁ ରେଖା ୩ଟି, ରତ୍ନ ଚିତା ତିନୋଟିର ଗଣତି ଓ ମେଳକ ହୋଇଛି। ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଶା କରିବା ଏହି ଦୁଇ ଦିନ ଭିତରେ ଗଣତି କାର୍ଯ୍ୟ ଶେଷ ହୋଇପାରେ।
