ଆଜିଠାରୁ ରତ୍ନଭଣ୍ଡାର ଗଣତି

ପୁରୀ  (ବଡ଼ ଖବର ବ୍ୟୁରୋ): ଆଜି ଓ ଆସନ୍ତାକାଲି ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଗଣତି କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗଣତି ସମୟରେ ରତ୍ନଭଣ୍ଡାରରେ ଥିବା ବିଭିନ୍ନ ମୂଲ୍ୟବାନ ସାମଗ୍ରୀର ହିସାବ ଓ ତଥ୍ୟ ଯାଞ୍ଚ କରାଯିବ । ପୂର୍ବରୁ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣକୁ ନେଇ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଇଛି ।

ରଥଯାତ୍ରା ସମୟରେ ୨ ଘଣ୍ଟା ୨୭ ମିନିଟ୍ ଧରି ଚାଲିଥିଲା ଗଣତି ମଣତି କାର୍ଯ୍ୟ। ମହାପ୍ରଭୁଙ୍କ ୯ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ଓ ମଣତି କାର୍ଯ୍ୟ କରାଯାଇଥିଲା ।  କିନ୍ତୁ ସେ ସମୟରେ ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଝୋବା କଣ୍ଠୀର ଗଣତି ମଣତି କାର୍ଯ୍ୟ ହୋଇ ହୋଇପାରିନାହିଁ । ଶ୍ରୀଜିଉଙ୍କ ଅଣ୍ଟା ପଟି ବା ରୂପାରସିକ ଶୁଆ ଥଣ୍ଟିଆ ତିନିଟି, ରାହୁ ରେଖା ୩ଟି, ରତ୍ନ ଚିତା ତିନୋଟିର ଗଣତି ଓ ମେଳକ ହୋଇଛି। ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଶା କରିବା ଏହି ଦୁଇ ଦିନ ଭିତରେ ଗଣତି କାର୍ଯ୍ୟ ଶେଷ ହୋଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା 🔴 ଆଜି ଓଡ଼ିଶା ଆସିବେ ରାଜ୍ୟପାଳ 🔴 ୨୫ରେ ଲଘୁଚାପ! 🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା 🔴 ଆଜି ଓଡ଼ିଶା ଆସିବେ ରାଜ୍ୟପାଳ 🔴 ୨୫ରେ ଲଘୁଚାପ! 🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା