Masthead

ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଓଡ଼ିଶା-ପଶ୍ଚିମବଙ୍ଗ ଦେଇ ଗତି କରିବା ସହ ସନ୍ଧ୍ୟାସୁଦ୍ଧା ପଶ୍ଚିମ ଝାଡ଼ଖଣ୍ଡ ଓ ପାଖାପାଖି ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଉପରେ ସକ୍ରିୟ ରହିଛି।  ଗୁରୁବାରଠାରୁ ରାଜ୍ୟରେ ବର୍ଷା କମିବ ।  ୫ ତାରିଖ ଯାଏ  ଉତ୍ତର ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ ।  ରାଜ୍ୟରେ ଧୀରେ ଧୀରେ ବର୍ଷା କମିବ । ୮ ତାରିଖ ଯାଏ  ବଡ଼ ବର୍ଷା ଆଶଙ୍କା ନାହିଁ  । ବାଲେଶ୍ୱର, ଭ୍ରଦକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ଘଡ଼ଘଡ଼ି ସହିତ ଝଡ଼ବର୍ଷା ନେଇ ସୂଚନା ଦିଆଯାଇଛି ।

ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲାରେ ଝଡ଼ବର୍ଷା ନେଇ ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ଜଳସ୍ତର ବିପଦ ସଙ୍କେତ ପାର୍‌ କରିଛି । ସୁବର୍ଣ୍ଣରେଖାରେ ବନ୍ୟା  ଆସିବାରୁ ଜଳେଶ୍ୱର, ବାଲିଆପାଳ, ଭୋଗରାଇ ବ୍ଲକର  ନଦୀ ଉପକୂଳ ଅଞ୍ଚଳରେ ବନ୍ୟା ଜଳ ପଶିଛି । ଭୋଗରାଇ,  ବାଲିଆପାଳ ବ୍ଲକରେ ୫୦ରୁ ଊଦ୍ଧ୍ୱର୍ ପଞ୍ଚାୟତର ଲୋକେ  ଜଳବନ୍ଦୀ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ 🔴 ଲୋକଭବନକୁ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ 🔴 ମାସେ ହେଲା ଠପ୍‌ ରୋଷେଇ, ଅଙ୍ଗନୱାଡି ଆସୁ ନାହାନ୍ତି ପିଲା 🔴 ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର 🔴 ଅଧା ରାଜ୍ୟରେ ବର୍ଷା! 🔴 ଦିଲ୍ଲୀ ଯିବେ ମୋହନ-ନବୀନ! 🔴 ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ 🔴 ଲୋକଭବନକୁ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ 🔴 ମାସେ ହେଲା ଠପ୍‌ ରୋଷେଇ, ଅଙ୍ଗନୱାଡି ଆସୁ ନାହାନ୍ତି ପିଲା 🔴 ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର 🔴 ଅଧା ରାଜ୍ୟରେ ବର୍ଷା! 🔴 ଦିଲ୍ଲୀ ଯିବେ ମୋହନ-ନବୀନ! 🔴 ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ