Masthead

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇଛି । ତୀବ୍ରତର ହେବାରେ ଲାଗିଛି ଇରାନ୍-ଆମେରିକା ଯୁଦ୍ଧ । ଇରାନର ୫ ଅଶୋଧିତ ତୈଲବାହୀ ଜାହାଜକୁ ଧ୍ୱଂସ କରିଛି ଆମେରିକା । ଖାର୍ଗ ଦ୍ୱୀପ ନିକଟରେ ଆମେରିକା ଘନ ଘନ ମିସାଇଲ ମାଡ଼ କରିଛି ।  ଆମେରିକା ସେଣ୍ଟ୍ରାଲ କମାଣ୍ଡ ବା ସେଣ୍ଟକମ୍ ତରଫରୁ ଏନେଇ ବଡ଼ ଦାବି କରାଯାଇଛି । ସେଣ୍ଟକମ୍ କହିଛି, ଦୁଇ ଦିନ ଧରି ଆମେରିକା ନୌସେନାର ଜାହାଜ ଉପରେ ଦୁଇ ଦୁଇଥର ବାଲିଷ୍ଟିକ ମିସାଇଲ୍ ଆକ୍ରମଣ କରିଥିଲା ଇରାନ।

ସୌଭାଗ୍ୟବଶତଃ ଆକ୍ରମଣରେ ଆମେରିକାର କୌଣସି ସେନାକୁ କିଛି କ୍ଷତି ହୋଇନାହିଁ । ଇରାନର ଏହି ଦୁଇଟି ଆକ୍ରମଣ ବିଫଳ ହେବା ବରେ ଆମେରିକା ପ୍ରତିଆକ୍ରମଣ କରିଛି । ଆମେରିକୀୟ ଜାହାଜ ଉପରେ ଇରାନ୍ ମିଜାଇଲ୍ ମାଡ଼ର କଡ଼ା ଜବାବ ଦେଇଛି । ଆମେରିକାର ଆକ୍ରମଣ ପରେ IRGCର କଡ଼ା ଧମକ ଦେଇଛି । କୁଏତ ଓ ବାହାରିନ୍ ଜାହାଜକୁ ବି ଟାର୍ଗେଟ୍ କରିବ କହିଛି IRGC । ଆମେରିକୀୟ ସେନା ଉପସ୍ଥିତ ଥିବା କୁଏତ ଓ ବାହାରିନ୍ ବନ୍ଦରକୁ ଟାର୍ଗେଟ ଧମକ ବି ଦେଇଛି ।

ଗତ ଦୁଇ ଦିନ ମଧ୍ୟରେ ଇରାନ୍ ଆମେରିକା ନୌସେନାର ଏକ ଜାହାଜ ଉପରକୁ ଦୁଇଥର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଓମାନରେ ଥିବା ଚାରୋଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍ କରିଥିଲା ଆମେରିକା । ଏଥିରେ ଏମଟି କାଭିଜ, ଏମଟି ଚାର୍ମିନାର, ଏମଟି ହୋରିଜନ୍ ଏବଂ ଏମଟି ରିସ୍କୋ । ସେହିପରି ପଞ୍ଚମ ତୈଳ ଟ୍ୟାଙ୍କର ଇରାନର ଖାର୍ଗ ଦ୍ବିପରେ ଥିବା ଏମଟି ଦେରିୟା। ଆକ୍ରମଣ ପୂର୍ବରୁ ଜାହାଜର କ୍ରୁ ସଦସ୍ୟଙ୍କୁ ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହା ପରେ ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଥିଲା । ଆକ୍ରମଣ ପରେ ଏସବୁ ଜାହାଜ ଏବେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି । ଧ୍ବଂସ ହୋଇଥିବା ତୈଳ ଟ୍ୟାଙ୍କରଗୁଡ଼ିକ ଇରାନର ସବୁଠାରୁ ବଡ଼ ତୈଳ ନେଟୱର୍କ ବୋଲି ସେଣ୍ଟକମ୍ ଦାବି କରିଛି । ଏହି ଉତ୍ତେଜନା ଅନ୍ତର୍ଜାତୀୟ ତୈଳ ବଜାରକୁ ମଧ୍ୟ ପ୍ରଭାବିତ କରିଛି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ପାଖାପାଖି ପହଞ୍ଚିଛି । ଯଦି ଏହି ସଙ୍କଟ ଦୀର୍ଘ ସମୟ ଧରି ଜାରି ରହେ,ତେବେ ଏହା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା 🔴 ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶବ ରଖି ବିକ୍ଷୋଭ 🔴 ବିରଳ ଓରାଙ୍ଗଉଟାନ ଠାବ 🔴 ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 UAE ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ସ୍କୁଲରେ ରାଗିଂ 🔴 ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା 🔴 ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶବ ରଖି ବିକ୍ଷୋଭ 🔴 ବିରଳ ଓରାଙ୍ଗଉଟାନ ଠାବ 🔴 ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 UAE ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ସ୍କୁଲରେ ରାଗିଂ 🔴 ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି