୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡିଜିଟାଲ୍ ପେମେଣ୍ଟ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। UPI  ଓ RuPay  ଡେବିଟ୍ କାର୍ଡ ପେମେଣ୍ଟକୁ ନେଇ କେନ୍ଦ୍ର ସରକାର ଜାରି କରିଛନ୍ତି ନୂଆ ଗେଜେଟ୍ ନୋଟିଫିକେସନ୍। ଏହି ନୋଟିଫିକେସନ୍ ଅନୁସାରେ, ୨ ହଜାର ଟଙ୍କା ପର୍ୟ୍ୟନ୍ତ UPI  ଦେଣନେଣ ଉପରେ କୌଣସି ଚାର୍ଜ ଲାଗିବ ନାହିଁ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୪ ତାରିଖରେ ଏହି ନୋଟିଫିକେସନ୍ ଜାରି କରାଯାଇଛି। ଏଥିରେ UPI  ର ୨ ହଜାର ଟଙ୍କା ପର୍ୟ୍ୟନ୍ତ ଦେଣନେଣ ଏବଂ RuPay  ଦ୍ୱାରା ପରିଚାଳିତ ଡେବିଟ୍ କାର୍ଡ ପେମେଣ୍ଟକୁ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ ପେମେଣ୍ଟ ମୋଡ୍ ଭାବେ ଉଲ୍ଲେଖ କରାଯାଇଛି।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଏହି ନିର୍ଦ୍ଦିଷ୍ଟ ଡିଜିଟାଲ୍ ପେମେଣ୍ଟ ମୋଡ୍ ବ୍ୟବହାର କରି ପେମେଣ୍ଟ କରୁଥିବା କିମ୍ବା ପେମେଣ୍ଟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଉପରେ ବ୍ୟାଙ୍କ କିମ୍ବା ସିଷ୍ଟମ୍ ପ୍ରୋଭାଇଡର୍ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୌଣସି ଚାର୍ଜ ଲଗାଇପାରିବେ ନାହିଁ। ଅର୍ଥାତ୍, ୨ ହଜାର ଟଙ୍କା ପର୍ୟ୍ୟନ୍ତ UPI  ପେମେଣ୍ଟ କରିବା ସମୟରେ ଗ୍ରାହକଙ୍କ ଉପରେ ଅତିରିକ୍ତ ପେମେଣ୍ଟ ଚାର୍ଜ ଲଗାଇବାକୁ ନିଷେଧ କରାଯାଇଛି। ସେହିପରି RuPay  ଡେବିଟ୍ କାର୍ଡ ଦ୍ୱାରା ହେଉଥିବା ପେମେଣ୍ଟ ଉପରେ ମଧ୍ୟ ଏହି ନିୟମ ଲାଗୁ ହେବ। ଏଠାରେ ଗୋଟିଏ କଥା ସ୍ପଷ୍ଟ କରିବା ଜରୁରୀ। ଗେଜେଟ୍ ନୋଟିଫିକେସନ୍‌ରେ UPI  ଦେଣନେଣ ପାଇଁ ସ୍ପଷ୍ଟ ଭାବେ ୨ ହଜାର ଟଙ୍କା ପର୍ୟ୍ୟନ୍ତ ରାଶିକୁ ଉଲ୍ଲେଖ କରାଯାଇଛି।

ତେଣୁ ଏହାକୁ ଆଧାର କରି ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଚାର୍ଜ ଲାଗିବ ବୋଲି ସିଧାସଳଖ କହିବା ଠିକ୍ ହେବ ନାହିଁ। ନୋଟିଫିକେସନ୍‌ର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ହେଉଛି—୨ ହଜାର ଟଙ୍କା ପର୍ୟ୍ୟନ୍ତ UPI  ଟ୍ରାଞ୍ଜାକ୍ସନ୍ ଉପରେ ବ୍ୟାଙ୍କ କିମ୍ବା ସିଷ୍ଟମ୍ ପ୍ରୋଭାଇଡର୍ ଚାର୍ଜ ଲଗାଇପାରିବେ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ