ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜେଲ୍‌ରୁ ମୁକ୍ତି ପାଇବାକୁ ଦାରା ସିଂ କରିଥିବା ଆବେଦନ ଖାରଜ ହୋଇଥିବା ସୂଚନା ମିଳିଛି। ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ (SSRB) ଦାରା ସିଂଙ୍କ ଆବେଦନକୁ ଖାରଜ କରିଛି। ଗତ ୩୧ ତାରିଖରେ ହୋଇଥିବା SSRB ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆଗୁଆ ମୁକ୍ତି ପାଇଁ ଦାରା ସିଂଙ୍କ ପକ୍ଷରୁ ହୋଇଥିବା ଆବେଦନକୁ SSRB ପୁଣି ଥରେ ଖାରଜ କରିଛି। ଏହା ପୂର୍ବରୁ ମଧ୍ୟ ୫ ଥର ଦାରା ସିଂଙ୍କ ଆଗୁଆ ମୁକ୍ତି ପିଟିସନ୍‌କୁ SSRB ୨୦୧୬, ୨୦୧୯, ୨୦୨୦, ୨୦୨୨ ଓ ୨୦୨୩ରେ ହୋଇଥିବା ଆବେଦନକୁ ଖାରଜ କରିସାରିଛି।

ଦାରା ସିଂଙ୍କ ମୁକ୍ତି ପ୍ରସଙ୍ଗରେ ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ରହିଛି। SSRB ପକ୍ଷରୁ ରିପୋର୍ଟ ଦାଖଲ କରିବାରେ ବିଳମ୍ବ ହୋଇଥିବାରୁ ପୂର୍ବରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ SSRB ଆବେଦନ ଖାରଜ କରିଥିବାରୁ ଆଗାମୀ ଶୁଣାଣି ଉପରେ ନଜର ରହିଛି। ସୂଚନା ଅନୁସାରେ, ଗତ ଅଗଷ୍ଟ ୧୫ରେ ଦାରା ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ପ୍ରାୟ ୨୫୦ ଦାରା ସେନା କର୍ମୀ ଉତ୍ତେଜନାମୂଳକ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ମଧ୍ୟ SSRB ସମୀକ୍ଷା କରିଥିବା ଜଣାପଡ଼ିଛି। ଏହାପରେ ଦାରା ସିଂଙ୍କ ଆଗୁଆ ମୁକ୍ତି ପିଟିସନ୍ ଖାରଜ କରାଯାଇଥିବା ସୂଚନା ମିଳିଛି।

୧୯୯୯ ମସିହାରେ କେନ୍ଦୁଝରର ମନୋହରପୁରରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ଜିପ୍‌ ଭିତରେ ପୋଡ଼ି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଦାରା ସିଂଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୦୩ରେ ସିବିଆଇ କୋର୍ଟ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହି ଦଣ୍ଡାଦେଶକୁ କମାଇ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ଦାରା ସିଂ ପ୍ରାୟ ୨୬ ବର୍ଷ ୬ ମାସ ହେଲା ଜେଲ୍‌ରେ ଅଛନ୍ତି। ବର୍ତ୍ତମାନ ସେ କେନ୍ଦୁଝର ଜେଲ୍‌ରେ ଅଛନ୍ତି। ଆଗୁଆ ମୁକ୍ତି ପାଇଁ ବାରମ୍ବାର ଆବେଦନ ହୋଇଥିଲେ ମଧ୍ୟ SSRB ପକ୍ଷରୁ ତାଙ୍କ ଆବେଦନ ଖାରଜ ହୋଇଆସିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ