Masthead

କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ । ଉଜୁଡିବାକୁ ବସିଛି ସବୁଜିମା । ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । କୁଳଡିହା ଜଙ୍ଗଲରେ ହେଉଛି ବେଆଇନ କାଠ କଟା । ବନ ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ମାଫିଆ । ନୀଳଗିରି କୁଳଡିହା ଜଙ୍ଗଲରେ ଚାଲିଛି ବେଧଡକ କାଠ ଚୋରା ଚାଲାଣ । ସବୁଜିମା ଜଙ୍ଗଲରେ ଭରା ୨୭୨.୭୫ ବର୍ଗକିମି ପରିବ୍ୟାପ୍ତ କୁଳଡିହା ଅଭୟାରଣ୍ୟ । ଯେଉଁଥିରେ ବିଭିନ୍ନ ପ୍ରକାର ଜଙ୍ଗଲୀ ଜନ୍ତୁଙ୍କ ଉପସ୍ଥିତି ସହିତ ବୋହୂ ମୂଲ୍ୟବାନ ଗଛ ଦେଖିବାକୁ ମିଳେ। ଆଜି ସେହି ଅଭ୍ୟାରଣ୍ୟକୁ ସତେ ଯେମିତି ଲାଗିଯାଇଛି କାହା ନଜର । ଶାଳ ପିଆଶାଳ ଭଳି ବୋହୂ ଦାମୀ ଗଛ କାଟି ନେଇଛନ୍ତି କାଠ ମାଫିଆ । ସବୁଠାରୁ ଆଶ୍ଚର୍ୟ୍ୟର କଥା ଏହି ସବୁ ଗଛ ବାଲିଆନାଳ ବିଟ ଅଧୀନରେ ମାତ୍ର ୧ କିମି ମଧ୍ୟରେ କଟା ହେଉଛି ।

ମାସେ ଦୁଇ ମାସ ଭିତରେ ଗୁଡିଏ ଗଛ ଏହି ବାଲିଆନାଳ ବିଟ ଅଧୀନରେ କଟାଯାଇଛି । ବନ ବିଭାଗ କିଛି କାଠ ଜବତ କରିଛି ହେଲେ କିଛିଦିନ ପୂର୍ବରୁ ନଟାପଡା ଏବଂ ବେତକଟାରେ ଯେଉଁ ଗଛ ଗୁଡିକ କଟା ହୋଇଥିଲା ତା ଭିତରେ ନଟାପଡାରେ କଟା ହୋଇଥିବା ଗଛଗୁଡ଼ିକର ମୂଳର ମୋଟେଇ ସହିତ ସିଜ୍ ହୋଇଥିବା କାଠର ମୋଟେଇ ମ୍ୟାଚ ହେଉ ନାହିଁ । ହେଲେ ବନବିଭାଗ ଗଛ ଗୁଡିକ ସିଜ୍ କରିଛି କହି ବାଃ ବାଃ ନେଇଛି ।

ତେବେ ମିଛ କହୁଥିବା ବନ ଅଧିକାରୀ ମାନଙ୍କ ବିରୋଧରେ କେବେ ହେବ କାର୍ୟ୍ୟାନୁଷ୍ଠାନ ଦାବି ହେଉଛି । ଉଚ୍ଚସ୍ତରୀୟ ତଦନ୍ତ ହେଲେ ସତ ପଦାକୁ ଆସନ୍ତା ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି । କାଠ ଚୋରାଚାଲାଣ, ବେଆଇନ୍ ଗଛକଟା ଓ ବନ୍ୟଜନ୍ତୁ ଶିକାର ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ତେବେ ପ୍ରକୃତରେ କୁଳଡିହା ଜଙ୍ଗଲର ସ୍ଥିତି କଣ? କିଏ କାଟୁଛି ଜଙ୍ଗଲର ମୂଲ୍ୟବାନ ଗଛ? କିଏ କରୁଛି ବନ୍ୟଜନ୍ତୁ ଶିକାର? ଏହାକୁ ରୋକିବା ପାଇଁ କେତେ ପ୍ରସ୍ତୁତ ବନ ବିଭାଗ ଦେଖିବାକୁ ବାକି ରହିଲା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ଯାଇଛି ୭ ଜୀବନ: ସୁରେଶ ପୂଜାରୀ 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ଯାଇଛି ୭ ଜୀବନ: ସୁରେଶ ପୂଜାରୀ