Masthead

ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ

(ବଡ଼ ଖବର ବ୍ୟୁରୋ): ଛାତ୍ରଙ୍କ ସହ ରାଜରାସ୍ତାକୁ ଓହ୍ଲାଇଲେ କୃଷକ । ଦିଲ୍ଲୀର ରାସ୍ତାରେ ପୁଣିଥରେ ପ୍ରତିବାଦର ଲହରୀ ଆରମ୍ଭ ହୋଇଛି । ସୋମବାର ହୋଇଥିବା ବ୍ୟାପକ ହଙ୍ଗାମା ପରେ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିବାଦ ଆଜି ମଧ୍ୟ ଜନ୍ତର ମନ୍ତରରେ ଜାରି ରହିଛି । ଅନ୍ୟପଟେ, ଭାରତ ଓ ଆମେରିକା ବାଣିଜ୍ୟ ଚୁକ୍ତି ବିରୋଧରେ ପଞ୍ଜାବରୁ ହଜାର ହଜାର କୃଷକ ଦିଲ୍ଲୀ ଅଭିମୁଖେ ପ୍ରତିବାଦ କରିବା ପାଇଁ ଆଗକୁ ବଢୁଛନ୍ତି । ସିଜେପି ଦଳର ପ୍ରତିଷ୍ଠାତା ଅଭିଜିତ୍ ଦିପକେ ଘୋଷଣା କରିଛନ୍ତି ଯେ, ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଏବଂ ଆଜି ମଧ୍ୟ ସଂସଦ ଅଭିମୁଖେ ପଦଯାତ୍ରା କରାଯିବ ।

ଦୁଇଟି ପ୍ରତିବାଦକୁ ଦୃଷ୍ଟିରେ ରଖି ଜନ୍ତରମନ୍ତର ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗତକାଲି ଭଳି ହିଂସାତ୍ମକ ପରିସ୍ଥିତି ଯେପରି ନ ସୃଷ୍ଟି ହୁଏ, ସେଥିପାଇଁ ପୁଲିସ ବଳକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜାବ ସମେତ ଅନେକ ରାଜ୍ୟରୁ ହଜାର ହଜାର କୃଷକମାନେ ଦିଲ୍ଲୀରେ ମହାପଞ୍ଚାୟତରେ ଯୋଗଦେବା ପାଇଁ ଶମ୍ଭୁ ସୀମା ଅଭିମୁଖେ ଆଗକୁ ବଢୁଛନ୍ତି । “ଦେଶ ବଚାଓ ମୋର୍ଚ୍ଚା” ର ଆହ୍ୱାନରେ ଅମୃତସର ଓ ଗୁରଦାସପୁରରୁ ବହୁ ସଂଖ୍ୟକ କୃଷକଙ୍କ ଶମ୍ଭୁ ସୀମା ଦେଇ ଦିଲ୍ଲୀ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ପ୍ରଦର୍ଶନକାରୀଙ୍କ ଦାବି ହେଉଛି, ଭାରତ-ଆମେରିକା ମୁକ୍ତ ବାଣିଜ୍ୟକୁ ତୁରନ୍ତ ବାତିଲ କରାଯାଉ । କୃଷକମାନଙ୍କ କହିବା ଅନୁସାରେ, ଏହି ବାଣିଜ୍ୟ ଚୁକ୍ତି ଭାରତୀୟ କୃଷି, ଦୁଗ୍ଧ ଓ ଗ୍ରାମୀଣ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବ । କୃଷକମାନଙ୍କ ଦିଲ୍ଲୀ କୁଚ ଘୋଷଣା ପରେ ପଞ୍ଜାବ ଓ ହରିୟାଣାର ଶମ୍ଭୁ ସୀମାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେଠାରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୬୩ ଲାଗୁ କରାଯାଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ପୁଲିସ ପକ୍ଷରୁ ବ୍ୟାରିଗେଟ୍ ଲଗାଯାଇଥିବାରୁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଦୁଇଟି ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାଗୁଡିକ ହାଇ ଆଲର୍ଟରେ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ