ଉଦଳା(ବଡ଼ ଖବର ବ୍ୟୁରୋ): ବନ୍ୟା ଫଳରେ ରାସ୍ତାରେ ହୋଇଥିବା ଘାଇ ଆଣିଲା ବିପଦ। ୧୫ ଫୁଟ ଘାଇକୁ ଖସିଲେ ବାଇକ ସହିତ ୩ ଯୁବକ। ଅଳ୍ପକେ ବର୍ତ୍ତିଗଲା ଜୀବନ । ଉଦଳା ଥାନା ଶାଳମୁଣ୍ଡଳୀ ବନ୍ଧସାହି ରେ ଘଟିଛି ଏଭଳି ଘଟଣା। ଲଗାଣ ବର୍ଷା ଫଳରେ ବନ୍ଧସାହି ନିକଟରେ ରାସ୍ତାରେ ଘାଇ ସୃଷ୍ଟି ହୋଇ ବିରାଟ ଗର୍ତ୍ତ ହୋଇଯାଇଛି । ଯାହା ଫଳରେ ଅନ୍ଧାର ରାତିରେ ଗୋଟିଏ ବାଇକରେ ୩ ଜଣ ଯୁବକ ଚକ୍ରଧରପୁର ଗ୍ରାମରୁ ଉଦଳା ଅଭିମୁଖେ ଆସୁଥିବା ବେଳେ ଘାଇ ଫଳରେ ହୋଇଥିବା ଗର୍ତ୍ତ ଜାଣିପାରି ନ ଥିଲେ ।
ବାଇକ ସହିତ ୧୫ ଫୁଟ ତଳ ଗାତକୁ ଖସି ପଡ଼ିଥିଲେ ୩ ଯୁବକ । ଗାତ ଭିତରେ ଅଧଘଣ୍ଟା କାଳ ପାଣି ଭିତରେ ବୁଡି ରହିଥିଲେ ଯୁବକମାନେ। ସ୍ଥାନୀୟ ଲୋକେ ଏହା ଜାଣିପାରି ୩ ଯୁବକଙ୍କୁ ଉଦ୍ଧାର କରିଥିବା ବେଳେ ପିସିଆର ମାଧ୍ୟମରେ ଉଦଳା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ୩ ଯୁବକ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ସ୍ଥାନୀୟ ଲୋକେ ଖାଇ ଭିତରୁ ବାଇକ କୁ ବାହାର କରିଛନ୍ତି।
