ସାହାରାପଡ଼ା (ବଡ଼ ଖବର ବ୍ୟୁରୋ) ପାଟଣା ଖୁଣ୍ଟାପଡା ହନୁମାନ ଛକ ନିକଟରେ ଗୁଳିକାଣ୍ଡ । ଘଟଣାସ୍ଥଳରେ ଜନ ସେବା କେନ୍ଦ୍ର ବ୍ୟବସାୟୀଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖୁଣ୍ଟାପଡା ଛକରେ ଗୁଳିକାଣ୍ଡ । ଦୁବୃର୍ତ୍ତର ଗୁଳି ମାଡ଼ରେ ବ୍ୟବସାୟୀ ତ୍ରିଲୋଚନ ମହାନ୍ତଙ୍କ ମୃତ୍ୟୁ ହୋଇଛି । ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ଦୁବୃର୍ତ୍ତର ୭ ରାଉଣ୍ଡ ଗୁଳି ମାରିଥିବା ଜଣାପଡିଛି ।
ସ୍ତ୍ରୀ ପାଟଣା ଥାନାରେ କନେଷ୍ଟବଳ ଥିବା ବେଳେ ତ୍ରିଲୋଚନ କେଦେଇପଶି ଛକରେ ଏକ ଜନ ସେବା କେନ୍ଦ୍ର ଖୋଲିଥିଲେ । ସେ ପ୍ରତ୍ୟେକ ଦିନ ରାତିରେ ଫେରୁଥିବା ବେଳେ କାଲି ରାତି ପ୍ରାୟ ୧୦ ଟା ୨୨ ସମୟରେ ସେ ନିଜ କେଦେଇପଶି ଜନ ସେବା ଦୋକାନ ବନ୍ଦ କରି ପାଟଣା ଫେରୁଥିବା ସମୟରେ ତାଙ୍କ ପାଖରେ ପ୍ରାୟା ୨ ଲକ୍ଷ ୮୦ ହଜାର ଟଙ୍କା ନେଇ ଫେରୁଥିଲେ । ଦୁବୃର୍ତ୍ତ ପିଛା କରି ଅଚାନକ ଗୁଳି କରିଥିଲେ । ଘଟଣାସ୍ଥଳରେ ତ୍ରିଲୋଚନଙ୍କ ମୃତ୍ୟୁ ହୋଇ ଥିବା ଜଣା ପଡିଛି।
