Before Header

ଭବ୍ୟ ରାମ ମନ୍ଦିର ବିଷୟରେ ୨୦ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

0 50

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମେରେ ଚୌଖଟ ପେ ଚଲକେ ଆଜ ଚାରୋଧାମ ଆୟେ ହେ । ମେରେ ରାମ ଆୟେ ହେ । ହା ଶିୟା ରାମ ଆୟେ ହେ । ଭବ୍ୟ ସ୍ୱାଗତ ପାଇଁ ସମସ୍ତେ ରେଡ଼ି । ଅଧିର ଅଯୋଧ୍ୟାପୁରୀ । ଅଧିର ହେଲେଣି ମୃଦଙ୍ଗ, ଝାଞ୍ଜ । ଅଧିର ହେଲାଣି ନର୍ତ୍ତକୀଙ୍କ ପାଦ । ବୋଲୋ ମାନୁ ନାହିଁ ନୁପୁର । ଝୁମଝୁମ ହେବା ପାଇଁ ହେଲାଣି ଅଧିର । ରମାଲାଲା ଆସୁଛନ୍ତି । ଆଲୋକମାଳାରେ ଚିକମିକ କଲାଣି ଅଯୋଧ୍ୟା ଦାଣ୍ଡ । ଭବ୍ୟ ମନ୍ଦିର ସାଙ୍ଗକୁ ଆକର୍ଷଣୀୟ ହେବ ରାମଲାଲାଙ୍କ ମୂର୍ତ୍ତି । ଜାନୁଆରୀ ୨୨ରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ତେବେ ଏହି ଭବ୍ୟ ମନ୍ଦିର ବିଷୟରେ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ । ମନ୍ଦିରର କ’ଣ କ’ଣ ବିଶେଷତ୍ୱ ରହିଛି ସେ ବିଷୟରେ ଜାଣିବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି ।

ଆସନ୍ତୁ ଜାଣିବା ଶ୍ରୀରାମ ମନ୍ଦିରର ୨୦ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ:-

୧- ମନ୍ଦିର ପରମ୍ପରାଗତ ନାଗର ଶୈଳୀରେ ନିର୍ମାଣ କରାଯାଇଛି
୨- ମନ୍ଦିର ଲମ୍ବ ୩୮୦ଫୁଟ, ଚଉଡ଼ା ୨୫୦ ଫୁଟ, ଉଚ୍ଚତା ୧୬୧ ଫୁଟ
୩- ମନ୍ଦିର ୩ମହଲା ବିଶିଷ୍ଟ । ପ୍ରତି ମହଲାର ଉଚ୍ଚତା ୨୦ଫୁଟ
୪- ମନ୍ଦିରରେ ରହିଛି ୩୯୨ଟି ଖୁମ୍ବ ଏବଂ ୪୪ଟି ଦ୍ୱାର ରହିଛି
୫- ମୁଖ୍ୟ ଗର୍ଭଗୃହରେ ପ୍ରଭୁ ଶ୍ରୀରାମଙ୍କ ବାଲ୍ୟସ୍ୱରୂପ ବିରାଜମାନ କରିବେ
୬- ମନ୍ଦିରରେ ୫ଟି ମଣ୍ଡପ ରହିବ- ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ, କୀର୍ତ୍ତନ ମଣ୍ଡପ
୭- ମନ୍ଦିରକୁ ଭକ୍ତମାନେ ପୂର୍ବଦ୍ୱାର ଦେଇ ପ୍ରବେଶ କରିବେ
୮- ଦିବ୍ୟାଙ୍ଗ ଏବଂ ବୃଦ୍ଧ, ବୃଦ୍ଧାଙ୍କ ପାଇଁ ମନ୍ଦିରରେ ଲିଫ୍ଟର ବ୍ୟବସ୍ଥା ରହିଛି
୯- ମନ୍ଦିର ଚାରିପଟେ ଆୟତାକାର ପରକୋଟା ରହିଛି ।
୧୦- ପରକୋଟାର ଚାରିକୋଣରେ ସୂର୍ଯ୍ୟଦେବ, ମା’ ଭଗବତୀ, ଗଣପତି ଏବଂ ଭଗବାନ ଶିବଙ୍କୁ ସମର୍ପିତ ଚାରୋଟି ମନ୍ଦିର ରହିବ ।
୧୧- ମନ୍ଦିର ପାଖରେ ପୌରାଣିକ କାଳର ସୀତାକୁଣ୍ଡ ରହିବ
୧୨- ମନ୍ଦିର ପରିସରରେ ମହର୍ଷି ବାଲ୍ମୀକି, ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ନିଷାଦରାଜ, ମାତା ଶବରୀ, ଋଷିପତ୍ନୀ ଦେବୀ ଅହଲ୍ୟାଙ୍କ ମନ୍ଦିର ରହିବ
୧୩- ଦକ୍ଷିଣ ପଶ୍ଚିମ ଭାଗରେ ଭଗବାନ ଶିବଙ୍କ ଏକ ପ୍ରାଚୀନ ମନ୍ଦିର ରହିଛି
୧୪- ମନ୍ଦିରରେ କୌଣସି ଲୁହାର ବ୍ୟବହାର କରାଯାଇନି
୧୫- ମନ୍ଦିରର ତଳେ ୧୪ ମିଟର ମୋଟା ରୋଲର କମ୍ପାକ୍ଟଟେଡ୍ କଂକ୍ରିଟ ବିଛାଯାଇଛି
୧୬- ମନ୍ଦିରକୁ ପୃଥିବୀର ଆଦ୍ରତାରୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି
୧୭- ମନ୍ଦିର ପରିସରରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ସ୍ୱତନ୍ତ୍ର ପାୱାର ଷ୍ଟେସନ ନିର୍ମାଣ କରାଯାଇଛି
୧୮- ୨୫ହଜାର କ୍ଷମତା ବିଶିଷ୍ଟ ଏକ ଦର୍ଶନାର୍ଥୀ ସୁବିଧା କେନ୍ଦ୍ରର ନିର୍ମାଣ କରାଯାଇଛି
୧୯- ମନ୍ଦିର ପରିସରରେ ସ୍ନାନାଗାର, ଶୌଚାଳୟ, ୱାସ ବେସିନର ବ୍ୟବସ୍ଥା ରହିଛି

ପୂରାତନ ଭାରତୀୟ ପରମ୍ପରା, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ ହୋଇଛି ଏହି ଭବ୍ୟ ଶ୍ରୀରାମ ମନ୍ଦିର । ମନ୍ଦିର ନିର୍ମାଣରେ ପରିବେଶ ଓ ଜଳ ସଂରକ୍ଷଣକୁ ମଧ୍ୟ ବିଶେଷ ଭାବେ ଧ୍ୟାନ ଦିଆଯାଇଛି । ମନ୍ଦିରକୁ ଭବ୍ୟ ସୁନ୍ଦର ଏବଂ ବିଶ୍ୱସ୍ତରୀୟ କରିବା ପାଇଁ ବିଭିନ୍ନ କୌଶଳ ବ୍ୟବହାର କରାଯାଇଛି । ପ୍ରଧାନ ବିଶେଷତ୍ୱ ହେଉଛି ମନ୍ଦିର ନିର୍ମାଣରେ ଲୁହାର ବ୍ୟବହାର ହୋଇନାହିଁ ।

Leave A Reply

Your email address will not be published.