ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ସହରର କାଳିକାଦେବୀ ସାହିସ୍ଥିତ ଏକ ଖଜା ଭାଟିରେ ପୁରୀ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଭାଟିକୁ ସିଲ୍ କରାଯାଇଛି । ଏଥିସହ ସହରର ଏକାଧିକ ଖଜା ଭାଟିରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଚଢ଼ାଉ ସମୟରେ କେତେକ ଭାଟିରେ ଅପରିଷ୍କାର ଓ ଅପ୍ରୀତିକର ପରିବେଶରେ ଖଜା ପ୍ରସ୍ତୁତ ହେଉଥିବା ଦେଖାଯାଇଥିବା ବେଳେ, ଖଜା ପ୍ରସ୍ତୁତିରେ ନିମ୍ନମାନର ତେଲ ବ୍ୟବହାର ହେଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ପୁରୀର ପ୍ରସିଦ୍ଧ ଖଜାର ଗୁଣବତ୍ତା ଓ ଖାଦ୍ୟ ସୁରକ୍ଷାକୁ ନେଇ ପୋଲିସର ଏହି ଚଢ଼ାଉ ଜାରି ରଖିଛି ।
