ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଇଣ୍ଡି ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ । ୪ ଦଫା ଦାବି ନେଇ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ । MMDR ବିଲ୍ ପ୍ରତ୍ୟାହାର, CECଙ୍କ ଇସ୍ତଫା ଦାବି ସହ ବହିତ୍ରୁଟିକୁ ନେଇ ବନ୍ଦ ପାଳନ। ବନ୍ଦ ପାଳନରେ ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମ୍ଏଲ), ଏନସିପି, ଫରୱାର୍ଡ ବ୍ଳକ, ସମାଜବାଦୀ ପାର୍ଟି, ଆରଜେଡି, ଜେଏମଏମ୍ ସାମିଲ ହେବ। ଏ ନେଇ ବୁଧବାର ଭୁବନେଶ୍ୱରରେ ଏକ ପଦଯାତ୍ରା ଓ ବାଇକ୍ ରାଲି ହୋଇଥିଲା। ବନ୍ଦ ପାଳନ ବେଳେ ଗାଡ଼ି ମୋଟର ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ଟ୍ରକ୍, ବସ୍, ଅଟୋ ଓ ଅନ୍ୟାନ୍ୟ ଗାଡ଼ି ଚଳାଚଳ ବନ୍ଦ କରିବାକୁ ଆହ୍ବାନ ଦେଇଛି କଂଗ୍ରେସ। ସେହିପରି ବନ୍ଦ ରହିପାରେ ଦୋକାନ, ବଜାର ଓ ବାଣିଜ୍ୟିକ ପ୍ରତିଷ୍ଠାନ। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପ୍ରଭାବିତ ହୋଇପାରେ।
ପେଟ୍ରୋଲ ପମ୍ପ୍ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ଅନ୍ୟପଟେ ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ହସ୍ପିଟାଲ, ଆମ୍ବୁଲାନ୍ସ, ଦମକଳ ସେବା, ମେଡିସିନ୍ ଦୋକାନ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଜାରି ରହିବ। ବନ୍ଦ ସମୟରେ ରାସ୍ତାରେ ଶାନ୍ତିପୂର୍ଣ୍ଣ ପିକେଟିଂ, ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ କରିବାକୁ ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ସାଧାର ସାଧାରଣ ଲୋକଙ୍କ ସହିତ ନମ୍ର, ଭଦ୍ର ଓ ଗଣତାନ୍ତ୍ରିକ ବ୍ୟବହାର, ଜରୁରୀ ଆବଶ୍ୟକତାରେ ଯାଉଥିବା ଲୋକକ୍ସ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ଅଟୋ ଚଳାଚଳ। ରାଜଧାନୀ ଭୁବନେଶ୍ଵର ସମେତ ସାରା ରାଜ୍ୟରେ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ନିଖିଳ ଓଡ଼ିଶା ଅଟୋ ଟାକ୍ସି ଚାଳକ ମହାସଂଘ । ମହାସଂଘ ପକ୍ଷରୁ କୁହାଯାଇଛି ଯେ, ସାରା ରାଜ୍ୟରେ ୧ ଲକ୍ଷରୁ ଅଧିକ ଅଟୋ ରାସ୍ତାକୁ ଓହ୍ଲାଇ ଇବେ ନାହିଁ । ଭୁବନେଶ୍ୱରରେ ୨୦ ହଜାରରୁ ଅଧିକ ଅଟୋ ଚଳାଚଳ କରିବେ ନାହିଁ । ବନ୍ଦ ସମୟରେ ଗାଡ଼ିର କିଛି କ୍ଷତି ହେଲେ ବୀମା ସୁବିଧା ନଥାଏ। ତେଣୁ ଅଯଥା ରାସ୍ତାକୁ ଓହ୍ଲାଇ କ୍ଷତି ସହିବାକୁ କେହି ବି ଚାହିଁବେନି ବୋଲି ସଙ୍ଘ କହିଛି।