Masthead

ଚିତ୍ରା ଗେଣ୍ଡାଳିଆ ମୃତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିହଙ୍ଗ ସାରଣୀରେ ରହୁଥିବା ବିରଳ ଚିତ୍ରା ଗେଣ୍ଡାଳିଆର ଶୁକ୍ରବାର ମୃତ୍ୟୁ ହୋଇଛି । ପର୍ୟ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ଏହି ଗେଣ୍ଡାଳିଆର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଠ ହୋଇନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ । ପ୍ରାଣୀ ବିଭାଗର ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି ।

ଆଜି ଚିତ୍ରା ଗେଣ୍ଡାଳିଆଟି ଅଚାନକ ଅସୁସ୍ଥ ହୋଇପଡିଥିଲା । ଖୁଆଡ଼ ମଧ୍ୟରେ ଛଟପଟ ହେଉଥିଲା ଗେଣ୍ଡାଳିଆ । ଜନ୍ତୁ ବିଭାଗ ଦାୟିତ୍ୱରେ ଥିବା ରେଞ୍ଜ ଅଫିସରଙ୍କ ଅବହେଳା ଯୋଗୁଁ ପକ୍ଷୀଟି ଛଟପଟ ହୋଇ ମରି ପଡିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଅସୁସ୍ଥ ଅବସ୍ଥାରେ ଯଦି ଉପଯୁକ୍ତ ଚିକିତ୍ସା କରାଯାଇ ଥାନ୍ତା ହୁଏତ ଗେଣ୍ଡାଳିଆଟି ବଞ୍ଚିପାରିଥାଆନ୍ତା ବୋଲି କୁହାଯାଉଛି । ଗେଣ୍ଡାଳିଆର ମୃତ୍ୟୁ ଖବର ପାଇବା ପରେ ପକ୍ଷୀପ୍ରେମୀଙ୍କ ମହଲରେ ଅସନ୍ତୋଷ ଲାଗିରହିଛି । ଏହି ଗେଣ୍ଡାଳିଆଟିର ମୃତ୍ୟୁ ପରେ ଚିତ୍ରା ଗେଣ୍ଡାଳିଆଙ୍କ ସଂଖ୍ୟା ୨୫କୁ ଖସି ଆସିଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦେଶକ ବିମଳ ଆଚାର୍ଯ୍ୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର