ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୀଷଣ ବାତ୍ୟାରେ ପରିଣତ ହୋଇଛି ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ । ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ । ଗୋପାଳପୁର ଠାରୁ ଦକ୍ଷିଣରେ ୩୮୦ କିମି ଦୂରରେ ଅର୍ଣ୍ଣବ । ବିଶାଖାପାଟଣା ଠାରୁ ଦକ୍ଷିଣପୂର୍ବର ୩୦୦ କିମି ଦୂରରେ କେନ୍ଦ୍ରୀଭୂତ । ୨୫ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢୁଛି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହାପରେ ଉତ୍ତରପଶ୍ଚିମ ମୁହାଁ ହୋଇ ଆନ୍ଧ୍ର ଓ ୟାନମ ଉପକୂଳକୁ ଆସିବ । କାଲି ପୂର୍ବାହ୍ନରେ ବାପଟଲା ଓ ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୧୫ରୁ ୧୨୫ କିମି ରହିବ । ଝଟ୍କା ପବନର ବେଗ ୧୪୦ କିମି ପର୍ଯ୍ୟନ୍ତ ଛୁଇଁବ ।
ତ୍ୟା ର ପ୍ରଭାବ ଅଧିକ ଆନ୍ଧ୍ର ଉପରେ ରହିବ । କିନ୍ତୁ ଓଡିଶାରେ ମଧ୍ୟ ଅଧିକ ବର୍ଷା ହେବ। ବିଶେଷ କରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବାତ୍ୟାର ପ୍ରଭାବ ଉପରେ ନଜର ରଖାଯାଉଛି । କୋରାପୁଟ, ମାଲକାନାଗିରି, ଗଜପତି, ଗଞ୍ଜାମ, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି । ଦକ୍ଷିଣ ଓଡିଶାରେ ପବନର ବେଗ ୬୦ରୁ ୭୦ କିଲୋମିଟର ରହିବ । ଏବ ବାତ୍ୟା ପ୍ରଭାବରେ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାକୁ ନେଇ ରେଡ଼ ଓ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ପୁରୀ ଜିଲ୍ଲାରେ ଆଜି ଓ କାଲି ସ୍କୁଲ୍ ଛୁଟି ଘୋଷଣା । ଶିଶୁବାଟିକା ଠାରୁ ଦ୍ବାଦଶ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଶିକ୍ଷକମାନଙ୍କୁ ସ୍କୁଲ୍ ଆସିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ।