ଥାନାବାବୁଙ୍କ ଅଜବ ପରାମର୍ଶ ‘ଗାୟତ୍ରୀ ମନ୍ତ୍ର’ ଜପ କର

ଲକ୍ଷ୍ନୌ (ବଡ଼ ଖବର ): ଅନ୍ଧ ବିଶ୍ବାସରେ ଆଜି ବି ବଞ୍ଚୁଛି ମଣିଷ । ଯୁଗ ଯେତେ ଆଡଭାନ୍ସ ହେଲେ ମଧ୍ୟ ଲୋକଙ୍କ ମନରୁ ଲିଭୁନି ଅନ୍ଧବିଶ୍ବାସର ପ୍ରଥା । ଏଭଳି ପ୍ରଥା ଆପଣେଇଛନ୍ତି ଜଣେ ଶିକ୍ଷିତ ପୋଲିସ ଅଫିସର । ଅଫିସର ଜଣଙ୍କ ଥାନାକୁ ଆସିଥିବା ଜଣେ ଅଭିଯୋଗକାରୀଙ୍କ ଅଭିଯୋଗ ରଖିବା ବଦଳରେ ତାଙ୍କୁ ଗାୟତ୍ରୀ ମନ୍ତ୍ର ଜପ କରିବାକୁ ପରାମର୍ଶ ଦେଇଥିଲେ । ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମେରଠ ସ୍ଥିତ ନୌଚନ୍ଦି ଥାନାରେ । ନିଜର ଏପରି ଅଜବ ବ୍ୟବହାର ପାଇଁ ଥାନାଧିକାରୀ ପ୍ରେମଚନ୍ଦ୍ର ଶର୍ମା ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି।

ସୂଚନା ଅନୁସାରେ, ହେମନ୍ତ ଗୋୟଲ ନାମକ ୫୮ ବର୍ଷ ବୟସ୍କ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଚାଲିଥିବା ବିବାଦର ସମାଧାନ ନିମନ୍ତେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ଥାନା ଅଧିକାରୀ କାର୍ୟ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଗାୟତ୍ରୀ ମନ୍ତ୍ରୀ ଜପ କରିବାକୁ ପରାମର୍ଶ ଦେଇଥିଲେ । କେବଳ ଏତିକି ନୁହେଁ, କହିଲେ, ହରିଦ୍ୱାର ଯାଅ, ତିଲକ ଲଗାଅ। ଏହାବ୍ୟତୀତ ଥାନା ଅଧିକାରୀ ଜଣକ ଉକ୍ତ ବ୍ୟକ୍ତିଙ୍କୁ କାଗଜରେ ଗାୟତ୍ରୀ ମନ୍ତ୍ରୀ ଲେଖିକି ଦେଲେ ଓ ୧୦୮ ଥର ଜପ କରିବାକୁ କହିଲେ। ଥାନା ଅଧିକାରୀଙ୍କ ଏପରି ଅଜବ ବ୍ୟବହାରରେ ଅତିଷ୍ଠ ହୋଇପଡ଼ିଥିବା ବ୍ୟକ୍ତିଜଣକ ନିଜ ଓକିଲଙ୍କ ସହ ଘଟଣା ସମ୍ପର୍କରେ ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଘଟଣାର ତଦନ୍ତ କରି ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଜି ଆଶ୍ୱାସନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’