ଲାଲଚନ୍ଦ ଜୁଏଲର୍ସ ସିଲ୍

କଟକ (ବଡ଼ ଖବର ବ୍ୟୁରୋ): କୋଭିଡ ନିୟମ ଉଲ୍ଲଙ୍ଘନ କରି ଲାଲଚନ୍ଦ ଜୁଏଲର୍ସ କରୁଥିଲା ବେପାର । ବାରମ୍ବାର ତାଗିଦ୍ ସତ୍ତେ୍ୱ ଦୋକାନ ମାଲିକ ଶୁଣୁ ନ ଥିଲେ । ଚାପ ପଡ଼ିବା ପରେ ପୋଲିସ ବାଧ୍ୟ ହୋଇ ଗ୍ରହଣ କରିଛି କାର୍ଯ୍ୟାନୁଷ୍ଠାନ ।

ଗ୍ରାହକମାନଙ୍କୁ ଲୋଭନୀୟ ଅଫର ଦେବାର ଘୋଷଣା କରି ମାତାମଠ ଅଞ୍ଚଳରେ ଥିବା ଲାଲଚନ୍ଦ ଜୁଏଲର୍ସ ଭଲ ବେପାର କରୁଥିଲା । କରୋନା କଟକଣାକୁ ଦୋକାନ ମାଲିକ ଫୁ କରି ଉଡ଼ାଇ ଦେଇଥିଲେ । ଧନତେରାସରେ ଭଲ ବେପାର ହେବ ବୋଲି ମାଲିକ ଆଶା କରିଥିଲେ । ସେଥିପାଇଁ ପୂର୍ବରୁ ଘୋଷଣା କରିଥିଲେ ଲୋଭନୀୟ ଅଫର । ମାତ୍ର କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ଆଜି ଏହି ଦୋକାନକୁ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି।

ସେହିପରି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ କଟକ ସହରର ଅନ୍ୟ ୧୨ଟି ଅଳଙ୍କାର ଦୋକାନରୁ ୭୨ହଜାର ଟଙ୍କା ଫାଇନ ଆଦାୟ କରିଛି ସିଏମସି। ମାତ୍ର ଲାଲଚନ୍ଦ ଜୁଏଲର୍ସକୁ ସିଲ୍ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ