ଆସିକାବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି ବନ୍ୟା

ଆସିକା (ବଡ଼ ଖବର ବ୍ୟୁରୋ): ବନ୍ୟା ବିପତ୍ତି ଆସିକାବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଥିବା ବେଳେ ଏବେ ବି ସ୍ୱାଭାବିକ ହୋଇନାହିଁ ଜନଜୀବନ । ଦୀର୍ଘ ବର୍ଷ ପରେ ଋଷିକୁଲ୍ୟା ଓ ବଡ଼ନଦୀର ପ୍ରଳୟଙ୍କରୀ ବନ୍ୟାରେ ଜଳମଗ୍ନ ହୋଇଥିଲା ଆସିକା ସହର। ବନ୍ୟାଜଳ ହ୍ରାସ ପାଇବା ପରେ ସହରର ବିଭିନ୍ନ ଅଞ୍ଚଳରେ ଜମି ରହିଛି କାଦୁଅ, ପଙ୍କ ଓ ଅଳିଆ ଆବର୍ଜନା। ଫଳରେ ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଭଳି ସ୍ଥିତିରେ ସହରକୁ ସ୍ୱଚ୍ଛ ଓ ସ୍ୱାଭାବିକ କରିବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ।

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ସଫେଇ ଓ ପରିମଳ କାର୍ଯ୍ୟ । ରାତିତମାମ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ସମେତ ଆସିକା ତହସିଲଦାର ସଙ୍ଗୀତା ସେଣ, ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ ଓ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର ଉପସ୍ଥିତ ରହି ସଫେଇ କାର୍ଯ୍ୟର ତଦାରଖ କରିଥିଲେ । ଆସିକା ସହରର ପରିମଳ ବ୍ୟବସ୍ଥାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ସହ ଲୋକଙ୍କୁ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରୟାସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଲକାନଗିରିରେ ମହାବଳ ବାଘ 🔴 ଆସିକାବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି ବନ୍ୟା 🔴 ରାଜ୍ୟର ଅନେକ ସ୍ଥାନରେ  ବର୍ଷା ସମ୍ଭାବନା 🔴 ଖୋଲିଲା ବାଲିମେଳା ଗେଟ୍ 🔴 କୋର୍ଟରେ ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ 🔴 ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ମାଲକାନଗିରିରେ ମହାବଳ ବାଘ 🔴 ଆସିକାବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି ବନ୍ୟା 🔴 ରାଜ୍ୟର ଅନେକ ସ୍ଥାନରେ  ବର୍ଷା ସମ୍ଭାବନା 🔴 ଖୋଲିଲା ବାଲିମେଳା ଗେଟ୍ 🔴 କୋର୍ଟରେ ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ 🔴 ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ