Masthead

ନାଲକୋର ଦାଦାଗିରି

ବଅଁରପାଳ (ବଡ଼ ଖବର ବ୍ୟୁରୋ): ଅନୁଗୁଳ ବଅଁରପାଳ ବ୍ଲକ ଅନ୍ତର୍ଗତ ନବରତ୍ନ କମ୍ପାନୀ ନାଲକୋ ବଳରାମପ୍ରସାଦ ଗ୍ରାମ ପାର୍ଶ୍ୱ ଦେଇ ଯାଇଥିବା ନନ୍ଦିରା ଜୋରରେ ଛାଡୁଛି ପାଉଁଶ ପାଣି । ନାଲକେରୁ ନିର୍ଗତ ପାଉଁଶ ପାଣି ଜୋରରେ ଛଡାଯାଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି । ବଳରାମ ପ୍ରସାଦ ଗାଁର ପଶ୍ଚିମ ପାଖରେ ନାଲକୋ ସିପିପି ପ୍ଲାଣ୍ଟର ରହିଛି ଆସପଣ୍ଡ । ସେଥିରୁ ନିର୍ଗତ ଉଭର ପାଉଁଶ ମିଶ୍ରିତ ପାଣିକୁ ନାଲୋକ କର୍ତ୍ତୃପକ୍ଷ ନନ୍ଦିରା ଜୋରରେ ଛାଡ଼ୁଛନ୍ତି । ଏହି ନନ୍ଦିରା ଜୋର ପାଣି ଉପରେ ଆଖପାଖ ଅଞ୍ଚଳର ୩୦ ଟି ଗାଁ ଲୋକେ ନିର୍ଭର କରନ୍ତି । ବଳରାମପ୍ରସାଦ, ପିଙ୍ଗୁଆ, ତେଣ୍ଟୁଲେଇ, କୁକୁଡାଙ୍ଗ, ଖାମଣା କେନ୍ଦୁପଲି, ଭୋଗବେରେଣି ସମେତ ଆଖପାଖ ଅଞ୍ଚଳର ଲୋକମାନେ ଏହି ପାଣିକୁ ଗାଧୋଇବାରେ ବ୍ୟବହାର କରନ୍ତି । ଗାଈ ଗୋରୁ ମଧ୍ୟ ଏହି ପାଣିକୁ ପିଅନ୍ତି ।

ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ନାଲକୋ ବାରମ୍ବାର ନନ୍ଦିରା ଜୋରରେ ପାଉଁଶ ମିଶ୍ରିତ ପାଣି ଛାଡିବା ଫଳରେ ଏହି ପାଣିକୁ ବ୍ୟବହାର କରୁଥିବା ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏହି ପାଉଁଶ ମିଶ୍ରିତ ପାଣିରେ ଲୋକମାନେ ଗାଧୋଇ ଚର୍ମ ରୋଗ, କିଡ୍ନୀ ରୋଗ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭୋଗୁଛନ୍ତି । ଆଉ ଏହି ପାଣିକୁ ପିଉଥିବା ଗାଈଗୋରୁ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଯଦି କୌଣସି ପଦକ୍ଷେପ ନାଲକୋ କର୍ତ୍ତୃପକ୍ଷ ଗ୍ରହଣ ନକରନ୍ତି ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି