ରାମମନ୍ଦିର ଉଡ଼ାଇଦେବାକୁ ଧମକ, ୩ ଅଟକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅଯୋଧ୍ୟା ରାମମନ୍ଦିର ଉଡ଼ାଇଦେବାକୁ ଧମକ ଦେଇଥିବା ଅଭିଯୋଗରେ ୩ ଅଟକ । ବେଆଇନ ଘୋଷିତ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ବା ପିଏଫ୍‌ଆଇର ୩ ଜଣ ସନ୍ଦିଗ୍ଧଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା ବିହାରର ମୋତିହାରି ଜିଲାରେ ଅଟକ ରଖିଛି। ଏନ୍‌ଆଇଏ ଏବଂ ବିହାର ପୋଲିସ ଜିଲାର କୌନଓ୍ବାନ ଗାଁରେ ମିଳିତ ଚଢ଼ାଉ କରିଥିଲେ।ଅଭିଯୁକ୍ତମାନଙ୍କୁ ଏନ୍‌ଆଇଏ ଏବଂ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜେରା କରୁଛନ୍ତି।
ଜାନୁୟାରୀ ୩୧ରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଫେସ୍‌ବୁକ୍‌ରେ ଉସ୍‌ମାନ ନାମକ ଜଣେ ବ୍ୟକ୍ତି ରାମମନ୍ଦିରକୁ ଉଡାଇଦେବା ସହ ସେଠାରେ ବାବ୍ରୀ ମସ୍‌ଜିଦ ନିର୍ମାଣ କରିବାକୁ ଧମକ ଦେଇଥିଲେ। ଏହି ଭିଡିଓ ଭାଇରାଲ ପରେ ଏନ୍‌ଆଇଏ ପକ୍ଷରୁ ଚଢ଼ାଉ ଜାରି ରହିଛି। ରାମଲାଲାଙ୍କ ମୂର୍ତ୍ତି ନିର୍ମାଣ ଲାଗି ନେପାଳରୁ ଅଯୋଧ୍ୟାକୁ ଦେବଶିଳା ଯାତ୍ରା ବେଳେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!