ଇପିଏଫ୍ ତଥ୍ୟ ନଦେବାରୁ କଲେଜ ଅଧ୍ୟକ୍ଷଙ୍କୁ ଏକ ଲକ୍ଷ ଅର୍ଥଦଣ୍ଡ

ଲଇକେରା (ବଡ଼ ଖବର ବ୍ୟୁରୋ) : ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରାରେ ଘଟିଛି ଏକ ଅଭାବନୀୟ ଘଟଣା । ଶୋଭନ ମେମୋରିଆଲ୍ କଲେଜର ଜଣେ ଅଧ୍ୟାପକ ଦରମା ଓ ଇପିଏଫ୍ ସଂକ୍ରାନ୍ତୀୟ ତଥ୍ୟ ନଦେବା ହେତୁ ତାଙ୍କୁ ଲକ୍ଷେ ଟଙ୍କା ଅର୍ଥଦଣ୍ଡ ଦିଆଯାଇଛି । ସୂଚନା ଅଧିକାର ମାମଲାର ଶୁଣାଣି କରି ରାଜ୍ୟ ମୁଖ୍ୟ ସୂଚନା କମିଶନ ଉକ୍ତ କଲେଜର ଅଧ୍ୟକ୍ଷଙ୍କୁ ମାସକ ଭିତରେ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯୋଗ୍ୟଯେ , ଅଧ୍ୟାପକ ସୁଶାନ୍ତ ମିଶ୍ର ତାଙ୍କର ଦରମା ଓ ଇପିଏଫ୍ ସଂକ୍ରାନ୍ତୀୟ ସୂଚନା ଅଧିକାର ଆଇନରେ କେତେକ ତଥ୍ୟ କଲେଜକୁ ମାଗିଥିଲେ। କଲେଜ ସୂଚନା ଅଧିକାରୀ ପଙ୍କଜ ବେହେରା ଏବଂ ଅଧ୍ୟକ୍ଷ ଅରୁଣ କୁମ୍ଭାର ତାଙ୍କୁ ସଠିକ୍ ତଥ୍ୟ ଠିକଣା ସମୟରେ ଯୋଗାଇ ନଥିଲେ। ଇତିମଧ୍ୟରେ ଅଧ୍ୟାପକ ଶ୍ରୀ ମିଶ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ରାଜ୍ୟ ସୂଚନା କମିଶନ ମାମଲା ଦାଏର ହେବା ପରେ ୨୦୧୯ ଫେବୃଆରୀ ୨୫ ରେ ଅଧ୍ୟାପକ ସ୍ଵର୍ଗତଃ ମିଶ୍ରଙ୍କ ପିତା ପରିକ୍ଷିତ ମିଶ୍ରଙ୍କୁ ମୃତ ଅଧ୍ୟାପକଙ୍କ ଦରମା ସଂକ୍ରାନ୍ତୀୟ ଡିଡି ଓ କୋଡ ନମ୍ବର ତଥ୍ୟ ଦେବା ସହ ଇପିଏଫ୍ ତଥ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଏବଂ ଚେତାବନୀ ସତ୍ତେ୍ୱ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ମୃତ ଅଧ୍ୟାପକଙ୍କ ପିତାଙ୍କୁ ଡିଡି ଓ କୋଡ଼ ନମ୍ବର ଦେଇନଥିଲେ। ଯାହା ଫଳରେ ସେ ଦରମା ପାଇବାରୁ ବଞ୍ଚିତ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ