ଉଭାନ ହୋଇଗଲା ପ୍ରଧାନମନ୍ତ୍ରୀ ଆବାସ ଗୃହ

ରାଇଘର (ବଡ଼ ଖବର ବ୍ୟୁରୋ): ଗରିବ ହିତାଧିକାରୀଙ୍କ ଆବାସ ଗୃହ ଉଭାନ । କାଗଜ କଲମ ଓ ବ୍ଲକ୍ କାର୍ୟ୍ୟାଳୟର ଦସ୍ତାବିଜ୍ କହୁଛି ଘର ପାଇ ସାରିଛନ୍ତି। କିନ୍ତୁ ହିତାଧିକାରୀ ରହୁଛନ୍ତି ଭଙ୍ଗା ଦଦରା ଘରେ । ଏମିତି ଏକ କରୁଣ ସ୍ଥିତି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଗୋନା ପଞ୍ଚାୟତରେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ ଘୋଟଲା । ଅନଲାଇନରେ ହିତାଧିକାରୀଙ୍କ ଆବାସ ଯୋଜନରେ ଘର ପାଇଥିବା ଜଣାପଡ଼ିଛି । କାଗଜ କଲମ ଘର ସରିଛି ଓ ହିତାଧିକାରୀ ଘର ପାଇଥିବା ଦେଖ।।ଉଛି । କିନ୍ତୁ ହିତାଧିକାରୀ ବର୍ତ୍ତମାନ ଭଙ୍ଗା ଦୋଡରା ଘରେ ଜୀବନ ଅତିବାହିତ କରୁଛନ୍ତି । ରାଇଘର ବ୍ଲକ ର ଖରକାରପାରା ଗାଁରେ ଗୌରୀବାଇ ନାୟକ ବିଧବା ଝିଅ ଓ ନାତି ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି । ସରକାର ଙ୍କ ଯୋଜନା ଏଠି ସାତ ସପନ ପାଲଟି ଥିବା ବେଳେ ଭଗବାନ ଭରସା ରେ ଏହି ଗରିବ ଦୁଃଖୀ ପରିବାର ଗୌରୀ ବାଇ ନାୟକ ପାଇଁ ଆସିଥିବା ଘର କୁଆଡେ ଗଲା ତାହାର ସନ୍ଧାନ କରିବା କଷ୍ଟସାଧ୍ୟ ହୋଇ ପଡିଛି, ଏମିତି କି ସ୍ଥାନୀୟ ସରପଞ୍ଚ ମଧ୍ୟଏହି ବିଷୟରେ କିଛି ଜାଣିନାହାନ୍ତି । ସବୁଠୁ ବଡ ପ୍ରଶ୍ନବାଚୀ ହେଲା ଭୁଲ୍ ରହିଲା କୋଉଠି । ଏତେ ବଡ଼ ଘୋଟଲା ରେ କିଏ ସମ୍ପୃକ୍ତ ରହିଛନ୍ତି ତାହାର ତଦନ୍ତ ନିହାତି ଅଵଶକ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’