Masthead

ସରକାର ଯଦି ନିଜେ ବ୍ୟବସାୟୀ ହେବା ପାଇଁ ଚେଷ୍ଟା କରିବେ ତାହେଲେ ତାହାର ଫଳାଫଳ ଖରାପ ହେବ: ପୃଥ୍ୱୀରାଜ ହରିଚନ୍ଦନ

ଭୁବେନେଶ୍ୱର (ବଡ଼ ଖବର ବ୍ୟୁରୋ):ରାଜ୍ୟବ୍ୟାପୀ ବସ ଧର୍ମଘଟ ଡାକରା ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା ।ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ  । ସେ କହିଛନ୍ତି, ଯଦି ରିହାତି ଦରରେ ବସ ଚଳାଇବାର ଅଛି, ତେବେ ସେଥିରେ ଘରୋଇ ବସ୍ ମାଲିକ ସଂଘକୁ ସରକାର ସାମିଲ କରିବାର ଥିଲା । କାରଣ ସରକାର ବ୍ୟବସାୟୀ ନୁହନ୍ତି । ସରକାରଙ୍କ କାମ ହେଉଛି ଶାସନ ବ୍ୟବସ୍ଥାକୁ ସମ୍ଭାଳିବା ଏବଂ ବ୍ୟବସାୟୀଙ୍କ କାମ ହେଉଛି ବ୍ୟବସାୟ କରିବା । ସରକାର ଯଦି ନିଜେ ବ୍ୟବସାୟୀ ହେବା ପାଇଁ ଚେଷ୍ଟା କରିବେ ତାହେଲେ ତାହାର ଫଳାଫଳ ଖରାପ ହେବ ।

ରିହାତି ଦରରେ ଟିକେଟ କରି ସେହି ପଇସାକୁ ଘରୋଇ ମାଲିକଙ୍କୁ ଦେଇଥିଲେ ସରକାରଙ୍କର କିଛି ଅସୁବିଧା ହୋଇନଥାନ୍ତା । କିନ୍ତୁ ଆଗକୁ ନିର୍ବାଚନ ଥିବା କାରଣରୁ ସରକାର ତରବରିଆ ଭାବରେ ଏଭଳି ନିଷ୍ପତି ନେଇଛନ୍ତି । ତେଣୁ ଏହି ନିଷ୍ପତିର ପୁନର୍ବିଚାର କରିବାର ଆବଶ୍ୟକତା ଅଛି । ନହେଲେ ଓଡ଼ିଶାର ବସ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଗଭୀର କୁଠାରାଘାତ ହେବ । ଅନେକ ଲୋକ ତାଙ୍କର ଜୀବନ ଜୀବିକା ହରାଇବାର ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍