Masthead

ବସ୍ତାନି ବଦଳରେ ପିଲାଙ୍କ ହାତରେ କୋଇଲା ବସ୍ତା

ଭଦ୍ରକ (ବଡ଼ ଖବର ବ୍ୟୁରୋ) ବସ୍ତାନି ବଦଳରେ ପିଲାଙ୍କ ହାତରେ କୋଇଲା ବସ୍ତା । ଚୋରା କୋଇଲା କାରବାରରେ ପେଣ୍ଠସ୍ଥଳୀ ପାଲଟିଛି ଭଦ୍ରକ ଜିଲ୍ଲାର ବାଂଶଡା,ପିରାହାଟ ଏବଂ ଚାନ୍ଦବାଲି ଥାନା ଅଞ୍ଚଳ। କୋଇଲା ମାଫିଆଙ୍କ ଅର୍ଥରେ ବନ୍ଧା ହୋଇଛନ୍ତି ସମସ୍ତ ଥାନା ଅଧିକାରୀ ଏବଂ ବଡ଼ବଡ଼ ପୋଲିସ ଅଧିକାରୀ। ଏହି ଚୋରା କଳାହିରା ବେପାରରେ ବଳି ପଡୁଛନ୍ତି ସ୍କୁଲର ଛାତ୍ରଛାତ୍ରୀ।କୋଇଲା ମାଫିଆ ମାନେ ସେମାନଙ୍କୁ ଟଙ୍କା ଲୋଭ ଦେଖାଇ ସାଇକେଲରେ କୋଇଲା ବୋହିବାରେ ଲଗାଉଥିବା ଅଭିଯୋଗ ହେଉଛି।ଏସବୁ ପୋଲିସର ନାକତଳେ ଚାଲୁଥିବା ଦେଖିବାକୁ ମିଳୁଛି । ପ୍ରତେକ ଦିନ ରାତିରେ ଜଳ ପଥରୁ ଆରମ୍ଭ କରି ସ୍ଥଳ ପଥରେ ଚାଲୁଛି ଟନ୍ ଟନ୍ ଚୋରା କୋଇଲା କାରବାର । ପ୍ରତି ଦିନ ରାତିରେ ୧୦୦ରୁ ଅଧିକ ଚୋରା କୋଇଲା ପିକ୍ଅପ୍ ମାଣିପୁର, ଛତ୍ରପଦା,ବିରିହରପୁର ଏବଂ ଯଶିପୁର ରୁ ବାହାରି ଚାନ୍ଦବାଲି ଗେମନ ଇଣ୍ଡିଆ ବ୍ରିଜ୍ ଦେଇ କଟକ ଯାଉଥିବା ଦେଖିବାକୁ ମିଳୁଛି। ସାଧାରଣ ଲୋକେ ଅଭିଯୋଗ କଲେ କୋଇଲା ମାଫିଆ ମାନେ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ତୁରନ୍ତ ଏଭଳି କାର୍ଯ୍ୟକୁ ବନ୍ଦ କରାଯାଉ ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛିନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା