ବସ୍ତାନି ବଦଳରେ ପିଲାଙ୍କ ହାତରେ କୋଇଲା ବସ୍ତା

ଭଦ୍ରକ (ବଡ଼ ଖବର ବ୍ୟୁରୋ) ବସ୍ତାନି ବଦଳରେ ପିଲାଙ୍କ ହାତରେ କୋଇଲା ବସ୍ତା । ଚୋରା କୋଇଲା କାରବାରରେ ପେଣ୍ଠସ୍ଥଳୀ ପାଲଟିଛି ଭଦ୍ରକ ଜିଲ୍ଲାର ବାଂଶଡା,ପିରାହାଟ ଏବଂ ଚାନ୍ଦବାଲି ଥାନା ଅଞ୍ଚଳ। କୋଇଲା ମାଫିଆଙ୍କ ଅର୍ଥରେ ବନ୍ଧା ହୋଇଛନ୍ତି ସମସ୍ତ ଥାନା ଅଧିକାରୀ ଏବଂ ବଡ଼ବଡ଼ ପୋଲିସ ଅଧିକାରୀ। ଏହି ଚୋରା କଳାହିରା ବେପାରରେ ବଳି ପଡୁଛନ୍ତି ସ୍କୁଲର ଛାତ୍ରଛାତ୍ରୀ।କୋଇଲା ମାଫିଆ ମାନେ ସେମାନଙ୍କୁ ଟଙ୍କା ଲୋଭ ଦେଖାଇ ସାଇକେଲରେ କୋଇଲା ବୋହିବାରେ ଲଗାଉଥିବା ଅଭିଯୋଗ ହେଉଛି।ଏସବୁ ପୋଲିସର ନାକତଳେ ଚାଲୁଥିବା ଦେଖିବାକୁ ମିଳୁଛି । ପ୍ରତେକ ଦିନ ରାତିରେ ଜଳ ପଥରୁ ଆରମ୍ଭ କରି ସ୍ଥଳ ପଥରେ ଚାଲୁଛି ଟନ୍ ଟନ୍ ଚୋରା କୋଇଲା କାରବାର । ପ୍ରତି ଦିନ ରାତିରେ ୧୦୦ରୁ ଅଧିକ ଚୋରା କୋଇଲା ପିକ୍ଅପ୍ ମାଣିପୁର, ଛତ୍ରପଦା,ବିରିହରପୁର ଏବଂ ଯଶିପୁର ରୁ ବାହାରି ଚାନ୍ଦବାଲି ଗେମନ ଇଣ୍ଡିଆ ବ୍ରିଜ୍ ଦେଇ କଟକ ଯାଉଥିବା ଦେଖିବାକୁ ମିଳୁଛି। ସାଧାରଣ ଲୋକେ ଅଭିଯୋଗ କଲେ କୋଇଲା ମାଫିଆ ମାନେ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ତୁରନ୍ତ ଏଭଳି କାର୍ଯ୍ୟକୁ ବନ୍ଦ କରାଯାଉ ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛିନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’