Masthead

ପରିବେଶ ଦିବସରେ ସଂଭାବନାର ଆଲୋଚନା ଚକ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୁନ ୫ ବିଶ୍ୱ ପରିବେଶ ଦିବସ, ଏହି ଦିବସ ଅବସରରେ ଗତକାଲି ସନ୍ଧ୍ୟାରେ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ସମ୍ଭାବନା ପକ୍ଷରୁ ପରିବେଶ ଓ ପରମ୍ପରାର ପର୍ବ ରଜ ଶୀର୍ଷକ ଆଲୋଚନା ହୋଇଯାଇଛି । ସମ୍ଭାବନା ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବିଶିଷ୍ଟ ଗବେଷକ ଓ ସୁବକ୍ତା ଦାଶ ବେନହୁର ଓ ପରିବେଶ ଯନ୍ତ୍ରୀ ଡ଼ ନିହାର ରଞ୍ଜନ ସାହୁ ଯୋଗଦେଇ ପରିବେଶ ର ସୁରକ୍ଷା କେଉଁଭଳି ମଣିଷ ସମାଜ ର ସ୍ଥାୟୀତ୍ବ ପାଇଁ ଆବଶ୍ୟକ ଆଲୋଚନା କରିଥିଲେ ।

ଏହା ସହିତ ରଜ ଉପରେ ଆଲୋଚନା କରି ରଜ ପରିବେଶର ପର୍ବ ବୋଲି କହିଥିଲେ । ସମ୍ଭାବନା ର ସମ୍ପାଦକ ଦେବପ୍ରସାଦ ପରିଜାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଅବସରରେ, ସେ ସମ୍ଭାବନା ସହିତ ପ୍ରଥମ ଥର ପାଇଁ ବିଶ୍ୱ ପରିବେଶ ଦିବସ ପାଳନ କରିଥିବା କହିଥିଲେ । ସମ୍ଭାବନା ଆଗାମୀ ଦିନରେ ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କାମ ଆରମ୍ଭ କରିବ ବୋଲି ମଧ୍ୟ ସେ କହିଛନ୍ତି । ଏହି କାର୍ୟ୍ୟକ୍ରମରେ ୨୦୨୩ ର ଶ୍ରେଷ୍ଠ ଓଡ଼ିଆଣୀ ଶ୍ରୀମତୀ ସୌଭାଗ୍ୟଲଷ୍ମୀ ମହାନ୍ତି, ଓଡ଼ିଆଣୀ ସମିତିର ସଭାନେତ୍ରୀ ଶ୍ରୀମତୀ ସୌଦାମିନୀ ସାମଲ, ସମ୍ଭାବନା ଟ୍ରଷ୍ଟି ସ୍ମୃତି ମହାନ୍ତି ଯୋଗଦେଇଥିବା ବେଳେ ଗାୟିକା ଛନ୍ଦା ମିଶ୍ର ପରିବେଶ ଉପରେ ସଂଗୀତ ପରିବେଷଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି