Masthead

ଭାରତ ସହ କଥା ହେଲା ତାଲିବାନ

(ବଡ଼ ଖବର ବ୍ୟୁରୋ)   ଭାରତ ସହ କଥା ହୋଇଛି ତାଲିବାନ । ଆଫଗାନିସ୍ତାନ ପ୍ରସଙ୍ଗରେ ମସ୍କୋରେ ଭାରତ ଓ ତାଲିବାନ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ତେବେ ଆଫଗାନିସ୍ତାନ ସରକାରର ଉପ ପ୍ରଧାନମନ୍ତ୍ରୀ ଅବ୍ଦୁଲ ସଲାମ ହନଫିଙ୍କ ନେତୃତ୍ୱରେ ତାଲିବାନୀ ପ୍ରତିନିଧିମଣ୍ଡଳ ଭାରତର ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ ଭାରତ ଆଫଗାନିସ୍ତାନକୁ ସହାୟତା ପ୍ରଦାନ କରିବ ବୋଲି ପ୍ରତିଶୃତି ଦେଇଥିବା ତାଲିବାନ ଦାବି କରିଛି ।

କିନ୍ତୁ ଭାରତ ପକ୍ଷରୁ ଏ ନେଇ କୌଣସି ସୂଚନା ମିଳିନାହିଁ । ସେପଟେ ଆପଗାନିସ୍ତାନର ମୁଖପାତ୍ର କହିଛନ୍ତି ଯେ, ଆଫାଗାନିସ୍ତାନର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଅବଦୁଲ ସଲାମ ହନଫିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ତାଲିବାନ ପ୍ରତିନିଧି ମଣ୍ଡଳ ମସ୍କୋରେ ଭାରତୀୟ ପ୍ରତିନିଧିଙ୍କୁ ଭେଟିଛନ୍ତି । ସୂଚନା ଅନୁଯାୟୀ, ଭାରତୀୟ ପ୍ରତିନିଧିମଣ୍ଡଳ ଋଷର ନିମନ୍ତ୍ରଣ କ୍ରମେ ମସ୍କୋ ଫର୍ମାଟରେ ଭାଗ ନେବାକୁ ଯାଇଥିଲେ । ତେବେ ସେଠାରେ ତାଲିବାନ ମଧ୍ୟ ସାମିଲ ଥିଲା । ତାଲିବାନ ସହ ଭାରତର ପ୍ରଥମ ଔପଚାରିକ କଥାବାର୍ତ୍ତା ଅଗଷ୍ଟ ୩୧ ତାରିଖରେ ଦୋହାରେ ହୋଇଥିଲା ।

ଆଫଗାନର ଅନ୍ତରୀଣ କ୍ୟାବିନେଟ ଘୋଷଣା ପରେ ମସ୍କୋରେ ଏହା ପ୍ରଥମ ଆଲୋଚନା ।ତେବେ ବୈଠକରେ ତାଲିବାନ ମାନବ ଅଧିକାର ଉପରେ ଗୁରୁତ୍ୱ ଦେବ ବୋଲି କହିଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ