Masthead

ମନୀଷ ମୃତ୍ୟୁ ମାମଲାରେ ବଡ଼ ଖୁଲାସା: ସାଙ୍ଗ ସାଜିଲେ ହତ୍ୟାକାରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନ ଯେତିକି ଗଡ଼ୁଛି ମନୀଷ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବରିଷ୍ଠ ସାମ୍ବାଦିକ ମନୀଷଙ୍କ ମୃତ୍ୟୁ ପଛରେ କିଏ? କିଭଳି ହୋଇଥିଲା ମନୀଷଙ୍କ ମୃତ୍ୟୁ? କିଏ ତାଙ୍କୁ ମାରି ପୋଖରୀରେ ଫିଙ୍ଗି ଦେଇଥିଲା? କେଉଁ କାରଣ ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିଲା? ତାହାର ବଡ଼ ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ମନୀଷଙ୍କ ମୃତ୍ୟୁ ପଛରେ ରହିଛି ତାଙ୍କ ସାଙ୍ଗମାନଙ୍କର ହାତ । ତାଙ୍କରି ସାଙ୍ଗମାନେ ହିଁ ମନୀଷଙ୍କୁ ହତ୍ୟା କରିଥିବା ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

ପ୍ରଥମେ ମନୀଷ ତିନି ଜଣ ସାଙ୍ଗ ସହ ଭୋର ସମୟରେ ପାତ୍ରପଡ଼ା ଅଞ୍ଚଳର ହୋଟେଲକୁ ଯାଇଥିଲେ। ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ହୋଟେଲ ବାହାରେ ମନୀଷଙ୍କୁ ତାଙ୍କ ବନ୍ଧୁମାନେ ଆକ୍ରମଣ କରିଥିଲେ। ପରେ ଅମ୍ରିତ, ଦୀନେଶ ଏବଂ ମୃତ୍ୟୁଞ୍ଜୟ ମନୀଷଙ୍କୁ ଆକ୍ରମଣ କରିଥିଲେ। ଗଣ୍ଡଗୋଳ ଏବଂ ଠେଲାପେଲା ଯୋଗୁଁ ମନୀଷଙ୍କ ମୃତ୍ୟୁ ହୋଇଛି ବୋଲି ଡିସିପି ଉମାଶଙ୍କର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହାପରେ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କ ମୃତଦେହକୁ ପାଖ ପୋଖରୀରେ ଫିଙ୍ଗିଥିଲେ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଗିରଫ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ତରେ ଆଣିବାକୁ କୋର୍ଟରେ ଆବେଦନ କରିଛୁ। ଏମାନଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରାଯିବ ବୋଲି ଡିସିପି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ