ଡ୍ରଗ୍ସ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କଲେ ଉଦ୍ଧବ ଠାକରେ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଡ୍ରଗ୍ସ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ ଉଦ୍ଧବ ଠାକରେ । ମୁମ୍ବାଇ କ୍ରୁଜ୍‌ରୁ ଅସିଦ୍ଧ ନିଶାଦ୍ରବ୍ୟ ମିଳିବା ଘଟଣାରେ ଶାହାରୁଖ ଖାନଙ୍କ ପୁଅ ଗିରଫ ହୋଇ ଜେଲରେ ଅଛନ୍ତି। ଏହାକୁ ନେଇ ମହାରାଷ୍ଟ୍ର ସରକାର ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଛି। ମହାରାଷ୍ଟ୍ର ବିଭିନ୍ନ ସ୍ଥାନରୁ ଏନସିବି ଡ୍ରଗ୍ସ ଜବତ କରୁଥିବାରୁ ବିଜେପି ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଛି। ମହାରାଷ୍ଟ୍ର ପୁଲିସ୍‌କୁ ବିଜେପି ମାଫିଆ କହିବାକୁ ମଧ୍ୟ ପଛାଉନି। ଏସବୁ ଭିତରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁଜରାଟର ଆଦାନୀ ବନ୍ଦରରୁ ୩ ହଜାର କୋଟି ଟଙ୍କା ଡ୍ରଗ୍ସ ଜବତ ହେବା ଘଟଣା ଉଠାଇଛନ୍ତି।

ମୁମ୍ବାଇ କ୍ରୁଜରୁ ଡ୍ରଗ୍ସ ଜବତ ହେବା ପୂର୍ବରୁ ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ୩ ହଜାର କୋଟି ଟଙ୍କାର ହେରୋଇନ ଜବତ ହୋଇଥିଲା। ହେଲେ ଏହି ଘଟଣାର ତଦନ୍ତ କେତେ ବାଟ ଗଲା? କେଉଁମାନେ ଏଥିରେ ସାମିଲ ଥିଲେ? ଆଦାନୀ ଗ୍ରୁପ୍‌ ସହ ଡ୍ରଗ୍ସ ଚାଲାଣର କିଛି ଲିଙ୍କ ଅଛି କି ନାହିଁ? ତା’ର ଯାଞ୍ଚ ଏନସିବି କରୁଛି କି ନାହିଁ? ଏସବୁ ପ୍ରଶ୍ନର ଉତ୍ତର ଏନସିବି ଦେଉନାହିଁ। କେବଳ ମହାରାଷ୍ଟ୍ରକୁ ଡ୍ରଗ୍ସ ମୁକ୍ତ କରିବାକୁ ଏନସିବି ଚେଷ୍ଟା କରୁଛି । ପ୍ରଥମେ ସେ ଘଟଣା ଉପରେ ଅଧିକ ଫୋକସ କରନ୍ତୁ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ