Before Header

୨ ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା

0 51

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆହୁରି ବଢ଼ିବ ତାତି । ଆସନ୍ତା ସପ୍ତାହରୁ ଖରା ବଢ଼ିବ । ସ୍ୱାଭାବିକଠାରୁ ୨ ରୁ ୪ ଡିଗ୍ରୀ ବଢ଼ିବା ନେଇ ଆନୁମାନ କରାଯାଇଛି । ଭୁବନେଶ୍ୱର ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ୩୮ ରୁ ୪୦ ଡିଗ୍ରୀ ପାରଦ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ଶୁଖିଲା ରହିବ । ଫେବୃଆରୀ ମାସରେ ବର୍ଷା ହେବାର ସମ୍ଭାବନା ନାହିଁ । ମାତ୍ର ଭୋର ସମୟରେ କୁହୁଡ଼ି ରହିବ । ଆଜି ମଧ୍ୟ ଅନେକ ଜିଲ୍ଲାରେ ସକାଳୁ କୁହୁଡି ଦେଖିବାକୁ ମିଳିଥିଲା । ଆସନ୍ତା ୪ରୁ ୫ ଦିନ ପର୍ୟ୍ୟନ୍ତ ରାତି ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବନାହିଁ ।

Leave A Reply

Your email address will not be published.