Masthead

କେନ୍ଦ୍ରାପଡା ବଜରଙ୍ଗ ଦଳ ପକ୍ଷରୁ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା

କେନ୍ଦ୍ରାପଡା (ବଡ଼ ଖବର ବ୍ୟୁରୋ):ଆଜି ପଣାସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ହୁନୁମାନ ଜୟନ୍ତୀ ପାଇଁ ଉସବମୁଖର ସାରା ଓଡ଼ିଶା । ଏହି ଅବସରରେ ସମସ୍ତ ମନ୍ଦିରରେ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଶ୍ରୀମନ୍ଦିରରେ ମଧ୍ୟ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ସକାଳ ଧୂପ ନୀତି ପରେ ଦକ୍ଷିଣ ଘରେ ଥିବା ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ପରେ ମୁକ୍ତିମଣ୍ଡପ ତଳେ ଥିବା ବିମାନରେ ବସାଇ ବିଜେ କରାଯାଇଥିଲା । ସେହିପରି ପାଟଣାଗଡ ବଜରଙ୍ଗ ଦଳ ତରଫରୁ ଧୁମଧାମରେ ପାଳନ କରାଯାଇଛି ହନୁମାନ ଜୟନ୍ତୀ । ଏହି ଅବସରରେ ବଜରଙ୍ଗ ଦଳ ତରଫରୁ ବ୍ରହ୍ମପୁରା ବଳଦେବ ମନ୍ଦିର ଠାରେ ସାମୂହିକ ହନୁମାନ ଚାଳିସା ପାଠନ ପରେ ପର୍ଶୁରାମ ଛକ ଠାରୁ ପଂଚମୁଖୀ ହନୁମାନ ମନ୍ଦିର ପର୍ୟ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା ।

ସେପଟେ ଜୟଶ୍ରୀରାମ ନାରାରେ କମ୍ପିଛି କେନ୍ଦ୍ରାପଡା ଓ ନିମାପଡା । କେନ୍ଦ୍ରାପଡା ବଜରଙ୍ଗ ଦଳ ପକ୍ଷରୁ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନିମାପଡ଼ା ନୂଆ ବସଷ୍ଟାଣ୍ଡ ଠାରୁ ପାଟପୁର କାଳୀ ମନ୍ଦିର ଓ ଯାତ୍ରା ଚାରିଛକ ମହାବୀର ମନ୍ଦିର ଠାରୁ ନୟାହାଟ ପର୍ୟ୍ୟନ୍ତ ଶୋଭାଯାତ୍ରା ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି