Masthead

ପବଜି ଖେଳରୁ ପ୍ରେମ କାହାଣୀ, ଶତ୍ରୁ ଦେଶର ସୀମା ଡେଇଁଆସିଲେ ସୀମା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ ): ପ୍ରେମରେ ପାର କଲେ ପାକିସ୍ତାନ । ୨୨ ବର୍ଷୀୟ ଯୁବକଙ୍କ ପ୍ରେମରେ ୨୭ ବର୍ଷୀୟ ସୀମା । ୪ ସନ୍ତାନଙ୍କୁ ଧରି ପହଂଚିଲେ ନେପାଳ । ପରେ ଦିଲ୍ଲୀ । ପ୍ରେମ କି ଷଡଯନ୍ତ୍ର ପୋଲିସର ତନାଘନା ଜାରି । ପ୍ରେମ ମାନେନି ଶତ୍ରୁତାର ବର୍ଡର । ପାକିସ୍ତାନରୁ ନେପାଳ ଦେଇ ପହଁଚାଇ ଦିଏ ଭାରତରେ । ଯେମିତି ସଚିନଙ୍କୁ ଖୋଜି ଖୋଜି ଦିଲ୍ଲୀରେ ପହଁଚିଛନ୍ତି ପାକିସ୍ତାନର ସୀମା ହାଇଦର୍ । ପୁଣି ପ୍ରେମ ହୋଇଛି ପବଜି ଖେଳରୁ । ଏବେ ଏମିତି ଏକ ଲଭଷ୍ଟୋରୀର ଚର୍ଚ୍ଚା ଦେଶର ରାଜଧାନୀ ଦିଲ୍ଲୀରେ । ଯେଉଁଠି ଦୁଇ ଶତ୍ରୁ ଦେଶର ଦୁଇ ଜଣଙ୍କ ଦିଲ୍ ମିଶିଛି । ଖେଳରୁ ପ୍ରେମ । ପୁଣି ସାଥୀରେ ୪ ସନ୍ତାନଙ୍କୁ ଧରି ବେଆଇନ ଭାବେ ବର୍ଡର୍ ପାର୍ । ଏ କାହାଣୀ ନିରୋଳା ପ୍ରେମର ନା ଏହା ପଛରେ ଶତ୍ରୁ ଦେଶର କିଛି ଦେଶର କିଛି ଷଡ଼ଯନ୍ତ୍ର ରହିଛି ତାହାର ଖୋଳତାଡ କରୁଛି ପୋଲିସ ।

ଭାରତୀୟ ଯୁବକଙ୍କ ପ୍ରେମରେ ଦେଶ ପାର କଲେ ମହିଳା । ସାଙ୍ଗରେ ଥିଲେ ୪ ସନ୍ତାନ । ପିଲାମାନଙ୍କ ସହ ବିମାନ ଯୋଗେ କାଠମାଣ୍ଡୁ ପହଂଚିଥିଲେ । ବେଆଇନ ଭାବେ ଫିଲ୍ମ ଷ୍ଟାଇଲରେ କରିଥିଲେ ବର୍ଡର ପାର । ଖୋଜି ଖୋଜି ପହଂଚିଥିଲେ ଦିଲ୍ଲୀର ନୋଏଡ଼ାରେ । ଖୋଜିବାରେ ଲାଗିଥିଲେ ସଚିନଙ୍କ ଠିକଣା । ସଚିନ ହିଁ ଥିଲା ୨୨ ବର୍ଷୀୟ ଯୁବକ, ଯାହା ପାଇଁ ପାକିସ୍ତାନ ପାର କରିଥିଲେ ୨୭ ବର୍ଷୀୟ ମହିଳା ସୀମା ହାଇଦର । ଅନେକ ବାଟର ଯାତ୍ରା ପରେ ଦିଲ୍ଲୀର ଏକ ଗ୍ରୋସରୀ ଦୋକାନରେ କାମ କରୁଥିବା ସଚିନଙ୍କ ପାଖରେ ପହଁଚିପାରିଥିଲେ ସୀମା । ଦୁହେଁ ନିଶ୍ଚିତ କଲେ ବିବାହ ପାଇଁ । ହେଲେ ତାଙ୍କ ଓକିଲ ପାକିସ୍ତାନ କଥା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ସୀମା ହାଇଦରଙ୍କୁ ପୋଲିସ ବର୍ତ୍ତମାନ ଅଟକ ରଖି ପଚରାଉଚରା କରୁଛି । ସୀମାଙ୍କ କହିବା ମୁତାବକ ମେ ତୃତୀୟ ସପ୍ତାହରେ ସେ ଭାରତରେ ପ୍ରବେଶ କରିଥିଲେ । ଦୁହେଁ ଏକାଠି ମିଶି ପାଖାପାଖି ଏକ ମାସ ପର୍ଯ୍ୟନ୍ତ ରହିଥିଲେ ।

ଯେତେବେଳେ ସେ ସ୍ୱାମୀ ସ୍ତ୍ରୀ ବନ୍ଧନରେ ଆବଦ୍ଧ ହେବା ପାଇଁ ଜଣେ ଓକିଲଙ୍କ ସହାୟତା ନେଇଥିଲେ, ପାକିସ୍ତାନି ଡକୁ୍ୟମେଂଟ ଦେଖି ଓକିଲ ଜଣକ ପୋଲିସକୁ ଖବର ଦେଇଥିଲେ । ତାଙ୍କୁ ଭାରତ ଆସିବା ତଥା ବିବାହ କରିବା ବିଷୟରେ ପଚରାଯିବାରୁ ସେ ଉତ୍ତର ଦେଇଥିଲେ ଯେ, ସେ ସାଉଦି ଆରବର ଜଣେ ବ୍ୟକ୍ତିଙ୍କୁ ପୂର୍ବରୁ ବିବାହ କରିଥିଲେ । ସେଠାରେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ମିଳୁଥିଲା । ଯେଉଁଥିରେ ଅତିଷ୍ଠ ହୋଇପଡିଥିଲେ ମହିଳା । ଏବଂ ୨୦୨୦ ସମୟରେ ଯେତବେଳେ ପବଜୀ ଗେମ ୱାର୍ଲ୍ଡରେ ଆସିଲା ସେତେବେଳେ ସଚିନଙ୍କ ସମ୍ପର୍କରେ ଆସିଥିଲେ ସୀମା । ଖେଳରେ ଖେଳରେ କଥା ବଢିଲା । ଓ ଧୀରେ ଧୀରେ ଗଢିଉଠିଲା ପ୍ରେମ ସମ୍ପର୍କ । ତେବେ ପ୍ରେମ ପାଇଁ ଦେଶର ନିୟମ କାନୁନ ଭୁଲି ଚାଲିଆସିଛନ୍ତି ମହିଳା । ପବଜୀ ଖେଳରୁ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ପଛରେ ପାକିସ୍ତାନର କିଛି ଚାଲ ରହିଛି କି ନାହିଁ ସେ ନେଇ ଖୋଳତାଡ଼ କରୁଛି ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି