Masthead

ପାଞ୍ଚ ଶହ ଭତ୍ତା ଟଙ୍କା ପାଇଁ ଅଟୋ ଭଡ଼ା ପାଞ୍ଚ ଶହ

ଚନ୍ଦାହାଣ୍ଡି(ବଡ଼ ଖବର ବ୍ୟୁରୋ): ୫୦୦ ଟଙ୍କା ଭତ୍ତା ଟଙ୍କା ଆଣିବା ପାଇଁ ଅଟୋ ଭଡ଼ା ୫୦୦ଟଙ୍କା । ଅଟୋ ଭଡ଼ା କରି ଗଲେ କିନ୍ତୁ ଖାଲି ହାତରେ ଫେରିଲେ ବୃଦ୍ଧ ଦମ୍ପତ୍ତି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ଅଧିନ ଫଳସାପଡ଼ା ଗାଁରୁ ଆସିଛି ଏଭଳି ଖବର । ଗାଁର ମୁକୁନ୍ଦ ଦଣ୍ଡସେନା ଏବଂ ତାଙ୍କ ସ୍ତ୍ରୀ ସୁଶୀଳା ଦଣ୍ଡସେନା । ଭତ୍ତା ଟଙ୍କାପାଇଁ ଦମ୍ପତ୍ତି ୯ କି ମି ଯିବା ପାଇଁ ୫୦୦ ଟଙ୍କା ଅଟୋ ଭଡ଼ା ଦେଇ ଭତ୍ତା ଟଙ୍କା ଉଠାଇବାକୁ ଚନ୍ଦାହାଣ୍ଡି ବ୍ଲକ ସଦର ବ୍ୟାଙ୍କ ଅଫ ବରୋଦାକୁ ଯାଇଥିଲେ । ସେଠାରେ ବ୍ୟାଙ୍କ ଲିଙ୍କ ଫେଲ ଥିବା ଯୋଗୁଁ ଭତ୍ତା ଟଙ୍କା ନପାଇ ଖାଲି ହାତରେ ଘରକୁ ଫେରିଥିଲେ । ଏହି ଘଟଣାରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଘଟଣାରେ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ