ପାଞ୍ଚ ଶହ ଭତ୍ତା ଟଙ୍କା ପାଇଁ ଅଟୋ ଭଡ଼ା ପାଞ୍ଚ ଶହ

ଚନ୍ଦାହାଣ୍ଡି(ବଡ଼ ଖବର ବ୍ୟୁରୋ): ୫୦୦ ଟଙ୍କା ଭତ୍ତା ଟଙ୍କା ଆଣିବା ପାଇଁ ଅଟୋ ଭଡ଼ା ୫୦୦ଟଙ୍କା । ଅଟୋ ଭଡ଼ା କରି ଗଲେ କିନ୍ତୁ ଖାଲି ହାତରେ ଫେରିଲେ ବୃଦ୍ଧ ଦମ୍ପତ୍ତି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ଅଧିନ ଫଳସାପଡ଼ା ଗାଁରୁ ଆସିଛି ଏଭଳି ଖବର । ଗାଁର ମୁକୁନ୍ଦ ଦଣ୍ଡସେନା ଏବଂ ତାଙ୍କ ସ୍ତ୍ରୀ ସୁଶୀଳା ଦଣ୍ଡସେନା । ଭତ୍ତା ଟଙ୍କାପାଇଁ ଦମ୍ପତ୍ତି ୯ କି ମି ଯିବା ପାଇଁ ୫୦୦ ଟଙ୍କା ଅଟୋ ଭଡ଼ା ଦେଇ ଭତ୍ତା ଟଙ୍କା ଉଠାଇବାକୁ ଚନ୍ଦାହାଣ୍ଡି ବ୍ଲକ ସଦର ବ୍ୟାଙ୍କ ଅଫ ବରୋଦାକୁ ଯାଇଥିଲେ । ସେଠାରେ ବ୍ୟାଙ୍କ ଲିଙ୍କ ଫେଲ ଥିବା ଯୋଗୁଁ ଭତ୍ତା ଟଙ୍କା ନପାଇ ଖାଲି ହାତରେ ଘରକୁ ଫେରିଥିଲେ । ଏହି ଘଟଣାରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଘଟଣାରେ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’