Masthead

ଟିକା ନେଲେ ୧୮୯୬ ମସିହାରେ ଜନ୍ମ ନେଇଥିବା ବୃଦ୍ଧ

ବାରଣାସୀ(ବଡ଼ ଖବର ବ୍ୟୁରୋ): ଟିକା ନେବାକୁ ପହଞ୍ଚିଲେ ୧୨୫ବର୍ଷ ବୟସ୍କ ବୃଦ୍ଧ । ବାରଣାସୀରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ୧୮୯୬ମସିହାରେ ଜନ୍ମ ନେଇଥିବା ଜଣେ ବୃଦ୍ଧ ଟିକା ନେବାକୁ ପହଞ୍ଚିଥିବା ଦେଖିବାକୁ ମିଳିଛି । ତାଙ୍କୁ ସେଠାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ପଞ୍ଜିକରଣକୁ ସହଜରେ ସ୍ୱୀକାର କରିନଥିଲେ ପ୍ରଥମେ କର୍ମଚାରୀମାନେ । ତେବେ ତାଙ୍କ ଜନ୍ମ ୧୯୦୦ ମସିହା ଆଗରୁ ହୋଇଛି । ପରେ ତାଙ୍କୁ ଟିକା ଦିଆଗଲା । ଟିକା ନେଇସାରି ସେ ଅନ୍ୟମାନଙ୍କୁ ଟିକା ନେବାକୁ ଅନୁରୋଧ କରିଥିଲେ । ତେବେ ଏହି ବ୍ୟକ୍ତିଙ୍କ ନାଁ ଶିବାନନ୍ଦ । ଟିକା ପାଇଁ ପଞ୍ଜିକରଣ ହେଉଥିବା ସାଇଟରେ ୧୯୦୦ ମସିହାର ପୂର୍ବ ତାରିଖ ନଥିବାରୁ ପଞ୍ଜିକରଣ କରାଉଥିବା ସ୍ୱେଚ୍ଛାସେବୀ ମାନେ ହରଡ ଘଣାରେ ପଡିଥିଲେ ।

ହେଲେ ସ୍ୱାମୀ ଶିବାନନ୍ଦଙ୍କର ଭୋଟର ପରିଚୟପତ୍ର, ଆଧାର କାର୍ଡ ଓ ପାସପୋର୍ଟରେ ଜନ୍ମ ତାରିଖ ୧୮୯୬ ବୋଲି ଉଲ୍ଲେଖ ରହିଛି । ଏହାପରେ ପଞ୍ଜିକରଣ କର୍ତ୍ତା କୌଣସି ଉପାୟରେ ଶିବାନନ୍ଦଙ୍କ ଜନ୍ମ ତାରିଖ ୧୯୦୦ ମସିହାରେ ହୋଇଥିବା ଲେଖି ପଞ୍ଜିକରଣ କରିଥିଲେ । ଏହାପରେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି କହୁଥିବା ସ୍ୱାମୀ ଶିବାନନ୍ଦଙ୍କୁ ଟିକା ଦିଆଯାଇଥିଲା । ତେବେ ସ୍ୱାମୀ ଶିବାନନ୍ଦଙ୍କ ଜନ୍ମ ଅଗଷ୍ଟ ୮ ତାରିଖ ୧୮୯୬ ରେ ହୋଇଥିଲା । ସେ ଶ୍ରୀହଟ୍ଟ ଜିଲ୍ଲା ହବିଗଂଜ ମହକୁମାର ହରିପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାମାତା ଭିକାରୀ ବ୍ରାହ୍ମଣ ଥିଲେ । ଏହି ଅଞ୍ଚଳ ଏବେ ବାଂଲାଦେଶରେ ରହିଛି । ପରିବାରର ଆର୍ଥିକ ଦୁରାବସ୍ତା ଯୋଗୁଁ ଶିବାନନ୍ଦଙ୍କୁ ଯେତେବେଳେ ୪ ବର୍ଷ ହୋଇଥିଲା ତାଙ୍କ ବାପା ଓ ମା ଶିବାନନ୍ଦଙ୍କ ଭବିଷ୍ୟତକୁ ନଜରରେ ରଖି ତାଙ୍କୁ ନବଦ୍ୱୀପରେ ବାବା ଶ୍ରୀ ଓଂକାରନନ୍ଦଙ୍କ ନିକଟରେ ଛାଡି ଦେଇଥିଲେ । ଶିବାନନ୍ଦଙ୍କୁ ୬ ବର୍ଷ ହୋଇଥିବା ବେଳେ ତାଙ୍କ ପିତା, ମାତା ଓ ଭଉଣୀ ଭୋକରେ ପ୍ରାଣ ହରାଇଥିଲେ । ଏହାପରେ ଶିବାନନ୍ଦ ଗୁରୁଙ୍କ ଆଧ୍ୟାତ୍ମିକ ମାର୍ଗ ଅନୁସରଣ କରି ଆଜୀବନ ଅବିବାହିତ ରହିଗଲେ । ଏବେ ସେ ବାରଣାସୀର ଦୁର୍ଗାକୁଣ୍ଡ ଅଞ୍ଚଳର କାଶୀନଗର କଲୋନୀରେ ରହୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା