Masthead

ଆଜି ପବିତ୍ର ଗୁରୁପୂର୍ଣ୍ଣିମା, ବହୁ ବର୍ଷ ପୂର୍ବେ ଜନ୍ମ ହୋଇଥିଲେ ମହର୍ଷି ବେଦବ୍ୟାସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଗୁରୁଙ୍କୁ ନମଣିବ ନର ଗୁରୁହିଁ ସାକ୍ଷାତ ଇଶ୍ୱର । ଗୁରୁ ପୂଜ୍ୟନମସ୍ୟ । ଆଜି ପବିତ୍ର ଗୁରୁପୂର୍ଣ୍ଣିମା । ଗୁରୁଙ୍କ ସମ୍ମାନରେ ଉତ୍ସର୍ଗୀକୃତ ଦିନ । ଗୁରୁପୂର୍ଣ୍ଣିମାକୁ ବ୍ୟାସ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । ଆଷାଢ ପୂର୍ଣ୍ଣିମାରେ  ମହାଭାରତର ରଚୟିତା ମହର୍ଷି ବେଦବ୍ୟାସଙ୍କର ଜନ୍ମ ହୋଇଥିଲା । ନିଜର ଶିଷ୍ୟମାନଙ୍କୁ ବେଦର ଶିକ୍ଷା ମହର୍ଷି ବେଦବ୍ୟାସ ଦେଇଥିଲେ । ଏଥିପାଇଁ  ହିନ୍ଦୁ ଧର୍ମରେ ବେଦବ୍ୟାସଙ୍କୁ  ପ୍ରଥମ ଗୁରୁଭାବେ ଗଣନା କରାଯାଇଥିଲା । ତାଙ୍କର ଅବଦାନକୁ ସମ୍ମାନ ଜଣାଇ ତାଙ୍କ ଜନ୍ମତିଥିକୁ ଗୁରୁପୂର୍ଣ୍ଣିମା ଭାବେ ପାଳନ କରାଯାଏ । ସମଗ୍ର ଭାରତ ବର୍ଷରେ ଗୁରୁ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି ।  ଗୁରୁ ପୂର୍ଣ୍ଣିମାରେ  ଶିଷ୍ୟମାନେ ନିଜ ଗୁରୁଙ୍କୁ ପୂଜା କରନ୍ତି । ଆଜକୁ  ବହୁ  ବର୍ଷ ପୂର୍ବେ  ଆଷାଢ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନରେ  ମହର୍ଷି ବେଦବ୍ୟାସଙ୍କ ଜନ୍ମ ହୋଇଥିଲା ।

ମହର୍ଷି ବେଦବ୍ୟାସ  ନିଜ ବାଲ୍ୟକାଳରେ  ନିଜ ମାତାପିତାଙ୍କ ଠାରେ ଭଗବାନଙ୍କୁ ଦର୍ଶନ କରିବାର ଇଚ୍ଛା ପ୍ରକଟ କରିଥିଲେ ।  କିନ୍ତୁ ତାଙ୍କ ମା’ ସତ୍ୟବତୀ ତାଙ୍କର ଏହି ଇଚ୍ଛାକୁ ଟାଳିଦେଇଥିଲେ । ଏହାଦେଖି ମହର୍ଷି ବେଦବ୍ୟାସ ଜିଦ୍ କରିଥିଲେ । ଜିଦ୍ କରିବା ଦ୍ୱାରା  ତାଙ୍କ ମାତା ତାଙ୍କୁ ବନ ଗମନ କରିବାକୁ ଆଦେଶ ଦେଇଥିଲେ । ଏବଂ କହିଥିଲେ ଯଦି କେବେ ଘରର ସ୍ମରଣ ଆସେ ତେବେ ଫେରିଆସିବ ।  ଏହାପରେ ବେଦବ୍ୟାସ ବନକୁ ଚାଲିଯାଇ ସେଠାରେ କଠୋର ତପସ୍ୟା କରିଥିଲେ ।  ଏହି ତପସ୍ୟା ପରେ ବେଦବ୍ୟାସ ବେଦର ପୂର୍ଣ୍ଣ ଜ୍ଞାନ ହାସଲ କରିଥିଲେ । ସେ ଚାରି ବେଦର  ବିସ୍ତାର କରିଥିଲେ । ମହାଭାରତ ସହ ବ୍ରହ୍ମସୂତ୍ରର ରଚନା କରିଥିଲେ । ଏହିଦିନ କେବଳ  ଗୁରୁଙ୍କୁ ନୁହଁ ପରିବାରର ଗୁରୁଜନ ମାନଙ୍କୁ ମଧ୍ୟ  ସମ୍ମାନ ଦେବା ଉଚିତ୍ । ଗୁରୁଙ୍କ କୃପାରୁ ବିଦ୍ୟାର୍ଥୀଙ୍କୁ ବିଦ୍ୟା ପ୍ରାପ୍ତ ହୋଇଥାଏ ।  ଗୁରୁଙ୍କଠାରୁ ମନ୍ତ୍ର ପ୍ରାପ୍ତ କରିବା ପାଇଁ  ଏହି ଦିନ ଶ୍ରେଷ୍ଠ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ