Masthead

ମୁସଲିମ୍ ଝିଅ ମାମୁନୀ ମୁହଁରେ ଅନର୍ଗଳ ବେଦ ମନ୍ତ୍ର

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ଜାତି ଧର୍ମକୁ ନେଇ ଅନେକ ଭେଦଭାବ ଥିବା ବେଳେ ସର୍ବଧର୍ମକୁ ଏକାକାର କରି ସମସ୍ତଙ୍କ ଉଦାହରଣ ସାଜିଛନ୍ତି ମାମୁନୀ । ଏହି ଗରୀବ ମୁସଲିମ୍ ଝିଅ ମାମୁନୀ ଖାତୁନ୍ ତାଙ୍କ ଜୀବନରେ ଅନେକ ସଂଘର୍ଷ ଦେଇ ଗତି କରିଛନ୍ତି ।ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସୂନାରୁଇ ଗ୍ରାମର ଏକ ଗରିବ ମୁସଲିମ ପରିବାରର ଝିଅ ହେଉଛନ୍ତି ମାମୁନି ଖାତୁନ୍ । ପିଲାଟି ବେଳୁ ଜଗନ୍ନାଥଙ୍କ ପୂଜା କରିବା ସହ ହିନ୍ଦୁ ଗ୍ରନ୍ଥ ପଠନ , ବେଦ ମନ୍ତ୍ର ପ୍ରତି ଆଗ୍ରହ ରହିଛି ତାଙ୍କର । ଧର୍ମକୁ ନେଇ ସାରା ବିଶ୍ୱରେ ଅନେକ ବିଦ୍ରୋହ ଦେଖିବାକୁ ମିଳେ ।

କିନ୍ତୁ ହିନ୍ଦୁ ଦେବାଦେବୀଙ୍କ ମନ୍ତ୍ର ଓ ଭଜନ ଗାଇବାରେ ନିପୁଣ ଏହି ମୁସଲମାନ ଝିଅ ଆଜି ସାରା ବିଶ୍ବ ପାଇଁ ପ୍ରେରଣା ପାଲଟିଛନ୍ତି । ମୁହଁ ରୁ ଅନର୍ଗଳ ବାହାରୁଛି ବେଦମନ୍ତ୍ର , ଭକ୍ତ ସାଲବେଗଙ୍କ ପରି ଗାଇ ଚାଲିଛନ୍ତି ଭଜନ , ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ଆଉ ଭାବୁଥିବେ ଏହା ବୋଧେ ନୈଷ୍ଠିକ ବ୍ରାହ୍ମଣ ପରିବାରର କଥା ହୋଇଥିବ , କିନ୍ତୁ ଆପଣଙ୍କ ଭାବନାକୁ ଭୂଲ ପ୍ରମାଣିତ କରି ଦେଇଛନ୍ତି ଏହି ଝିଅ , କାରଣ ଆମେ କହୁଛୁ ଜଣେ ମୁସଲିମ୍ ପରିବାରର ଝିଅ ବିଷୟରେ । ମହାମୃତ୍ୟୁଞ୍ଜୟ ମନ୍ତ୍ର , ଗଣେଶ ବନ୍ଦନା ହେଉ କି ଗୁରୁ ବନ୍ଦନା ସବୁକିଛି ମୁଖସ୍ଥ କରି ରଖିଛନ୍ତି ମାମୁନୀ । ଦେଖିଲେ ଲାଗୁଛି ସତେ ଯେମିତି ମା ସରସ୍ୱତୀଙ୍କ କୃପା ଏହି ଝିଅଟି ଉପରେ ଅଜାଡି ହୋଇ ପଡିଛି । ତାଙ୍କ ମୁହଁରୁ ଯିଏବି ଭଜନ ଆଉ ମନ୍ତ୍ର ଶୁଣୁଛି ସେ ମୁଗ୍ଧ ହୋଇଯାଉଛି । ହିନ୍ଦୁ ଦେବାଦେବୀ ଏବଂ ଓଡିଆ ସଂସ୍କୃତି , ପରମ୍ପରା ପ୍ରତି ବେସ୍ ରୁଚି ରହିଛି ମାମୁନିଙ୍କର । କିନ୍ତୁ ଏସବୁ ରୁଚି ରଖିଥବା ପରେ ମଧ୍ୟ ସେ ଭୁଲିନାହାନ୍ତି ନିଜ ପରମ୍ପରାକୁ ।

ଜଗନ୍ନାଥଙ୍କ ପରି ସେ ଆଲ୍ଲାଙ୍କୁ ମଧ୍ୟ ସେ ଭକ୍ତି କରିବା ସହ ନମାଜ ପାଠ କରନ୍ତି । ଝିଅର ଏଭଳି ଆଚରଣକୁ ପରିବାର ଲୋକେ କେବେ ବି ବିରୋଧ କରି ନାହାନ୍ତି ବରଂ ସେମାନେ ବେସ୍ ଖୁସି ଅନୁଭବ କରନ୍ତି । ମାମୁନିଙ୍କର ଇଚ୍ଛା ଅଛି ଭବିଷ୍ୟତରେ ସେ ଜଣେ ସଂସ୍କୃତ ଅଧ୍ୟାପିକା ହୋଇ ଗରୀବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବା । ମାତ୍ର ବିଡମ୍ବନାର ବିଷୟ ହେଉଛି ମାମୁନିଙ୍କ ବାପା ଶ୍ୟାମସୁଦ୍ଦୀନ୍ ଶାହା ଜଣେ ଦିନ ମଜୁରିଆ । ପରଘରେ ମୂଲ ଲାଗି ଯାହା କିଛି ଆଣନ୍ତି , ସେଥିରେ କଷ୍ଟେମଷ୍ଟେ ପରିବାର ଚଳେ ।ଗୋଟିଏ ପଟେ ପରିବାରର ଆର୍ଥିକ ସମ୍ବଳ ନଥିବା ବେଳେ ମୁଣ୍ତ ଗୁଞ୍ଜିବାକୁ ଭଲ ଘର ଖଣ୍ତିଏ ବି ନାହିଁ । ଭଙ୍ଗା ମାଟି ଚାଳ ଛପର ଘରେ ପାଲ ପଡିଛି , ଖରା , ବର୍ଷା , ଶୀତ କାକରରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ତଥାପି ସବୁ ଦୁଃଖ କଷ୍ଟକୁ ପଛରେ ପକାଇ ପରିବାରର ସାନଝିଅ ମାମୁନିଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ବାପା ମା ଭୋକ ଉପାସରେ ରହି ମଧ୍ୟ ଝିଅକୁ ପାଠ ପଢାଇଛନ୍ତି ।

ମାଟ୍ରିକରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ କରିବା ପରେ ଧାର କରି କଲେଜରେ ନାମ ଲେଖାଇଛନ୍ତି । କଲେଜରେ ମଧ୍ୟ ସେ ନିଜ ଇଚ୍ଛା ମୁତାବକ ସଂସ୍କୃତ ବିଷୟକୁ ପାଠ୍ୟକ୍ରମରେ ସାମିଲ କରିଛନ୍ତି । ତେବେ ଆଗକୁ ସେ ଗରୀବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବାକୁ ଇଚ୍ଛା ଥିଲେ ମଧ୍ୟ ପରିବାରର ଆର୍ଥିକ ସମ୍ବଳ ନଥିବାରୁ ଆଗକୁ ଆଉ ପଢି ପାରିବେ କି ନାହିଁ ଚିନ୍ତାରେ ଅଛନ୍ତି ଜ୍ଝ ଯଦି ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ମାମୁନିଙ୍କୁ ସାହାଯ୍ୟର ହାତ ବଢାନ୍ତି ତାହେଲେ ମାମୁନୀର ସ୍ୱପ୍ନ ସାକାର ହୋଇପାରିବ । ସହୃଦୟ ବ୍ୟକ୍ତି ମାମୁନିକୁ ସହଯୋଗର ହାତ ବଢାଇବା ପାଇଁ ତାଙ୍କ ମୋବାଇଲ ନମ୍ବର ୭୩୨୬୯୪୫୦୯୧ ରେ ଫୋନ ପେ କରିପାରିବେ ଅଥବା ଆକାଉଣ୍ଟ
A/c no -SBI ୩୯୩୩୦୪୮୨୨୯୬

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ