Masthead

ଚଣ୍ଡିଖୋଲରେ ହେବ ଦେଶର ସବୁଠାରୁ ବଡ଼ ପେଟ୍ରୋଲିୟମ ରିଜର୍ଭର

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ହେବ ଦେଶର ସବୁଠାରୁ ବଡ଼ ପେଟ୍ରୋଲିୟମ ରିଜର୍ଭର । ୧୦ ହଜାର କୋଟି ଟଙ୍କା ବ୍ୟୟରେ ଚଣ୍ଡିଖୋଲରେ ହେବ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ରିଜର୍ଭର। ସାମ୍ବାଦିକ ସମ୍ମିଳନୀରେ ଏ ସର୍ମ୍ପକରେ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ସଚିବ ତରୁଣ କପୁର। ସେହିପରି ଉତ୍ପାଦନ କ୍ଷମତା ବୃଦ୍ଧି ସହ ପାରାଦୀପ ରିଫାଇନାରୀର ସଂପ୍ରସାରଣ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ଏହାର କ୍ଷମତା ୧୫ ରୁ ୨୫ ମିଲିଅନ୍ ଟନ୍‌ ବୃଦ୍ଧି ପାଇବ । ଆସନ୍ତା ୬ ବର୍ଷରେ ପ୍ରକଳ୍ପ କାମ ସରିବ ।

ରିଫାଇନାରୀର ସଂପ୍ରସାରଣ କାମ ଚଣ୍ଡିଖୋଲରେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭର ପ୍ରତିଷ୍ଠା ହେବା ନେଇ ସୂଚନା ଦେଇ ସେ କହିଛନ୍ତି ୪୦୦ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ଷ୍ଟୋରେଜ୍ ପ୍ରକଳ୍ପ ହେବ। ସେହିପରି ରାଜ୍ୟରେ ୨୦୦ ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଯୋଜନା ଏବଂ ପ୍ରତି ଘରକୁ ଗ୍ୟାସ ସଂଯୋଗୀକରରଣ ଲକ୍ଷ୍ୟକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ସଚିବ। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ ଓଡ଼ିଶାରେ ୨୫ଟି ପ୍ରକଳ୍ପରେ ନିବେଶ ହୋଇଛି ୪୩ ହକାର ୩୨୨ କୋଟି ଟଙ୍କା। ଆଉ ୭୭ ହଜାର ୩୨୧ କୋଟି ଟଙ୍କାର ୩୪ଟି ପ୍ରକଳ୍ପ କାମ ଚାଲିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ୯୨ ହଜାର ୫୫୬ କୋଟି ଟଙ୍କା ବ୍ୟୟରେ ଆଉ ୧୦ଟି ବଡ଼ ପ୍ରକଳ୍ପ ଆସିବା ନେଇ ମଧ୍ୟ ପେଟ୍ରୋଲିୟମ ସଚିବ ସୂଚନା ଦେଇଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା