Masthead

ଅଷ୍ଟ୍ରେଲିଆର ଉପକୂଳରୁ ମିଳିଲା ଏକ ରହସ୍ୟମୟ ଜିନିଷ, ଚନ୍ଦ୍ରୟନ-୩ ସହିତ କୌଣସି ସଂଯୋଗ ଅଛି କି?

ନୁଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ ): ଯେତେବେଳେ ଭାରତୀୟ ମାନେ ଚନ୍ଦ୍ରୟାନ-୩ କୁ ଚନ୍ଦ୍ରରେ ଅବତରଣ କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ, ସେତେବେଳେ ଅଷ୍ଟ୍ରେଲିଆର ଏକ ଚିତ୍ର ଉତ୍ତେଜନା ସୃଷ୍ଟି କରିଥିଲା । ଅଷ୍ଟ୍ରେଲିଆ ଉପକୁଳରେ ଦେଖାଦେଇଥିଲା ଏକ ରହସ୍ୟମୟ ଜିନିଷ । ବସ୍ତୁଟି ଦେଖିବାକୁ ଦୁଇ ମିଟର ଲମ୍ବ, ତାର ସହିତ ଧାତୁ ରେ ନିର୍ମିତ ଗୋଲାକାର ଆକୃତିର ଥିଲା । ପରେ କୁହାଗଲା ଯେ ଏହା ଭାରତୀୟ ରକେଟର ଏକ ଖଣ୍ଡ ହୋଇପାରେ ଯାହା ଉପଗ୍ରହ ଉତକ୍ଷେପଣ ପାଇଁ ବ୍ୟବହୃତ ହୋଇଥିଲା । ଏହାକୁ ଚନ୍ଦ୍ରୟାନ-୩ ସହିତ ମଧ୍ୟ ସଂଯୋଗ ଅଷ୍ଟ୍ରେଲିଆରେ ଏହି ଅଜବ ଘଟଣା ଦେଖି ଲୋକମାନେ ଅନୁମାନ କରିବା ଆରମ୍ଭ କଲେ ଯେ ସମୁଦ୍ର କୁଳରେ ମିଳିଥିବା ଏହି ଜିନିଷଟି ଚନ୍ଦ୍ରୟାନ ରକେର୍ଟର ଅଂଶ ବୋଲି । ସୋସିଆଲ ମିଡ଼ିଆରେ ଏହାର ଚିତ୍ର ଆସିବା ମାତ୍ରେ ଲୋକମାନେ ବିଭିନ୍ନ କଳ୍ପନା କରିବା ଆରମ୍ଭ କରିଥିଲେ । ପୁର୍ବରୁ ଏହି ଜିନିଷଟିକୁ ସ୍ପେସ୍ ଆବର୍ଜନା ବୋଲି ଘୋଷଣା କରାଯାଇଥିଲା । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜଣେ ସ୍ପେସ୍ ବୈଜ୍ଞାନିକ କହିଛନ୍ତି ଯେ ଏହି ବସ୍ତୁ ୨୦ ବର୍ଷ ପୁରୁଣା ଭାରତୀୟ ରକେଟର ଏକ ଖଣ୍ଡ ହୋଇପାରେ । ବର୍ତ୍ତମାନ ଏହା ଆଇଏସଆରଓ ଦ୍ୱାରା ପ୍ରମାଣିତ ହୋଇଛି ଯେ ଏହା ଭାରତୀୟ ରକେଟର ଏକ ଅଂଶ କିନ୍ତୁ ଚନ୍ଦ୍ରାୟନ ସହ ଏହାର କୌଣସି ସମ୍ପର୍କ ନାହିଁ । ତେବେ ଏହାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉପୁଜୁଛି ।
ଚନ୍ଦ୍ରୟନ ସହିତ ଏହାର କୌଣସି ସମ୍ପର୍କ ଅଛି କି?
ୟୁରୋପିୟ ସ୍ପେସ୍ ଏଜେନ୍ସିର ଇଞ୍ଜିନିୟର ଆଣ୍ଡ୍ରେୟା ବଏଡ଼ କହିଛନ୍ତି ଯେ ଏହା ଭାରତୀୟ ରକେଟର ଉପର ପର୍ଯ୍ୟାୟା  ଏକ ଇଞ୍ଜିନ ହୋଇପାରେ ଯାହା ବିଭିନ୍ନ ମିଶନ ପାଇଁ ବ୍ୟବହୃତ ହୁଏ ।ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଚଳିତ ବର୍ଷ ଭଳି ଲାଗୁନାହିଁ ।ବର୍ତ୍ତମାନ ଏହା ଆଇଏସଆରଓ ଦ୍ୱାରା ପ୍ରମାଣିତ ହୋଇଛି ଯେ ଏହା ଭାରତୀୟ ରକେଟର ଏକ ଅଂଶ କିନ୍ତୁ ଚନ୍ଦ୍ରାୟନ ସହ ଏହାର କୌଣସି ସମ୍ପର୍କ ନାହିଁ । ଏହାର କାରଣ ହେଉଛି ଏହି ଜିନିଷ ଉପରେ ମିିଳିଥିବା ବର୍ନାକଲ । ବର୍ନାକଲ ହେଉଛି ଏକ କଠିନ ଶେଲ୍ଡ ସାମୁଦ୍ରିକ ଜୀବ ଯାହାକି ପତର ଏବଂ ଜାହାଜ ସହିତ ସଂଲଗ୍ନ ହୁଏ । ରିପୋର୍ଟ ଅନୁଯାୟୀ କୌଣସି ଜିନିେ ସହିତ ସଂଲଗ୍ନ ହେବା ପାଇଁ ୩ ସପ୍ତାହରୁ ଏକ ମାସ ସମୟ ଲାଗିଥାଏ । ପିଏସଏଲଭି ର ସହିତ ଏହା ଜଡ଼ିତ ବୋଲି ମନେକରାଯାଉଛି ,କିନ୍ତୁ ଏହା ଚନ୍ଦ୍ରାୟଣ-୩ ର ଆବର୍ଜନା ନୁହେଁ ।
ତେବେ ଏହା କିପରି ଅଷ୍ଟ୍ରେଲିଆରେ ପହଞ୍ଚିଲା?
ଆଇଏସଆରଓ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସାଧାରଣତ ପିଏସଏଲଭି ଦକ୍ଷିଣ ଆଡ଼କୁ ଲଞ୍ଚ କରାଯାଏ । ଏଭଳି ପରିସ୍ଥିତିରେ ଏହା ଅଷ୍ଟ୍ରେଲିଆ ଆଡକୁ ଖସି ବର୍ଷ ବର୍ଷ ଧରି ସମୁଦ୍ରରେ ପ୍ରବାହିତ ହେଉଥିଲା, ଏବଂ ବର୍ତମାନ ଏହା କୂଳକୁ ଆସିଛି । ଆଇଏସଆରଓ ଏହା ସ୍ପଷ୍ଟ କରିଛି ଯେ ,ଏହା କୌଣସି ଆବର୍ଜନା ନୁହେଁ, କି ଜୁଲାଇ ୧୪, ୨୦୨୩ ରେ ଉତକ୍ଷେପଣ ହୋଇଥିବା ଚନ୍ଦ୍ରୟାନ -୩ ରକେଟ ସହିତ ଏହାର କୌଣସି ସମ୍ପର୍କ ନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି