ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ପାଇଁ ବସିବ ପ୍ରସ୍ତୁତି ବୈଠକ । ଦିନ ସାଢେ ୧୦ ଟାରେ ଲୋକସେବା ଭବନରେ ବସିବାକୁ ଥିବା ବୈଠକର ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ବୈଠକରେ ଆଇଏମଡି ପାୱାର ପଏଣ୍ଟ ମାଧ୍ୟମରେ ବାତ୍ୟା ସମ୍ପର୍କରେ ତଥ୍ୟ ରଖିବେ । ଡପଲର ରାଡାର ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯିବ ।
ବାତ୍ୟା ସମୟରେ କିପରି ଟେଲିକମ୍ୟୁନିକେସ୍ ବ୍ୟବସ୍ଥା କାର୍ୟ୍ୟକାରୀ ହେବ ସେନେଇ ଆଲୋଚନା କରାଯିବ । ଓଡ୍ରାଫ୍ ସହିତ ଅଗ୍ନିଶମ, ଏନଡିଆରଏଫ୍ ଏବଂ ଆବଶ୍ୟକସ୍ଥଳେ ସେନାର ସହାୟତା ନେଇ ଆଲୋଚନା ହେବ । ଆଶ୍ରୟସ୍ଥଳୀ ଗୁଡ଼ିକର ପ୍ରସ୍ତୁତି ଓ ମକଡ୍ରିଲ ସମ୍ପର୍କରେ ବୈଠକରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ ।