Masthead

ଜଗନ୍ନାଥଙ୍କ ମୁହଁ କଳା, ଦେହ ଧଳା କ’ଣ ପାଇଁ ?

ପୁରୀ(ବଡ଼ ଖବର ବ୍ୟୁରୋ): ଶ୍ରୀଜଗନ୍ନାଥ ମହାପ୍ରଭୁ ଓଡ଼ିଆ ଜାତିର ମଉଡ଼ମଣି । ତାଙ୍କ ବିନା ଓଡ଼ିଆ ଜାତିର ଅସ୍ଥିତ୍ୱ ନାହିଁ । ଶାସ୍ତ୍ର ତାଙ୍କୁ ସମସ୍ତ ବ୍ରହ୍ମାଣ୍ଡର ଅଧିଶ୍ୱର କହିଛି। ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ବୋଲି ସେ ପୁରୁଷୋତ୍ତମ । କାହା ଆଖିରେ ଶ୍ରୀକୃଷ୍ଣ ହେଲେ ଆଉ କାହା ଆଖିରେ ଶ୍ରୀରାମଚନ୍ଦ୍ର । ପ୍ରତିଟି ଓଡ଼ିଆର ସେ ଆଦରର, ଜଗା କାଳିଆ, କଳା ଠାକୁର। ତୁ ତା, ରେ ରା ରେ ସନ୍ତୁଷ୍ଟ ହେଉଥିବା ଏ ସମଗ୍ର ଆର୍ଯ୍ୟବର୍ତ୍ତର ଏକମାତ୍ର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ । ପ୍ରେମରେ, ଭାବରେ ଭକ୍ତ ତାଙ୍କୁ କହେ କାଳିଆ। କିଟିମିଟି କଳାମୁହଁ, ଧଳା ଧଳା ବଡ଼ ବଡ଼ ଆଖି। ଭକ୍ତକୁ ସେ ବାନ୍ଧେ ନିଇତି। ଆମକୁ ହସାଏ, ଆମକୁ କନ୍ଦାଏ। ହେଲେ କହିଲେ ଦେଖି କାଳିଆର ଏମିତି ରୂପ କ’ଣ ପାଇଁ ? କ’ଣ ପାଇଁ କାଳିଆର ମୁହଁଟା କଳା ଆଉ ଦେହଟା ଧଳା ?

କଳାଠାକୁରଙ୍କ ଶ୍ରୀମୁଖ କଳା ହୋଇଥିବା ବେଳେ ଅଧର ପାଖରୁ ତଳକୁ ବା ବିଗ୍ରହଙ୍କ ନିମ୍ନ ଅଂଶଟି ଧଳା ରଙ୍ଗର। ମଇଲମ ବା ବେଶ ଉଲାଗି ବେଳେ ଆପଣ ଏ ଦୃଶ୍ୟ ଦେଖିଥିବେ। ସାଧାରଣ ଦର୍ଶକ, ଭକ୍ତ ବା ଶ୍ରଦ୍ଧାଳୁ ଏହାକୁ ଦେଖି ନିଶ୍ଚିତ ଆଚମ୍ବିତ ହେଉଥିବେ। ଜଣେ ବ୍ୟକ୍ତିର ମୁହଁର ରଙ୍ଗ ଗୋଟିଏ, ଆଉ ଦେହର ରଙ୍ଗ ଆଉ ଗୋଟିଏ ହୋଇପାରେ କେମିତି? ଏହି ପ୍ରଶ୍ନ ଦିନେ ବିଭ୍ରାନ୍ତ କରିଥିଲା ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କୁ । ଆଉ ଏହି ଦିବ୍ୟ ବିଗ୍ରହଙ୍କ ସମନ୍ୱୟ ଭାବକୁ ବୁଝିପାରି ଲେଖିଥିଲେ ଶ୍ଲୋକଟିଏ ‘ଜଗନ୍ନାଥାଷ୍ଟାକମ୍‌’ରେ। ଲେଖିଥିଲେ, ‘‘ରସାନନ୍ଦୋ ରାଧା ସରସ ବପୁରାଲିଙ୍ଗନ ସୁଖମ୍‌, ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବତୁମେ।” ଶ୍ଲୋକର ଏହି ୬ଷ୍ଟ ପଦରେ ଜଗନ୍ନାଥଙ୍କୁ ରାଧା ଏବଂ କୃଷ୍ଣଙ୍କ ସମ୍ମିଳିତ ବିଗ୍ରହ ବୋଲି ସେ ବର୍ଣ୍ଣନା କରିଛନ୍ତି । ଜଣେ ଜଣଙ୍କୁ କୁଣ୍ଢାଇ ପକାଇଲେ। ଜଣଙ୍କର ମୁହଁ ଦିଶେ ଆଉ ଜଣଙ୍କ ପିଠି। ବାସ୍ ଏହି ତତ୍ବ ହିଁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତିତତ୍ବର ରହସ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ