Masthead

ଛତୁଚାଷ କରି ସ୍ୱାବଲମ୍ବୀ ମହିଳା

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): କଥାରେ ଅଛି ଇଛା ଶକ୍ତି ଥିଲେ ଉପାୟ ବଳେ ଆସେ । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ହିନ୍ତରାଇ ଗ୍ରାମର ମହିଳା ଚାଷୀ ଶୁଶିଳା ଗଡ଼ନାୟକ । ତାଙ୍କର ଦୃଢ଼ ମନୋବଳ ଏବଂ ଇଛାଶକ୍ତି ଶୁଶିଳାଙ୍କୁ ସ୍ୱାବଲମ୍ବୀ କରିପାରିଛି । ଭାରତୀୟ ଏଗ୍ରୋ ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆଣ୍ଡ ଫାଉଣ୍ଡେସନ ଦ୍ୱାରା ଅନୁପ୍ରାଣିତ ହୋଇ ଛତୁ ଚାଷ କରି ନିଜକୁ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ତେବେ ଗତ ଜୁଲାଇ ମାସରେ ଶୁଶିଳା ଛତୁ ଚାଷ ଆରମ୍ଭ କରିଥିଲେ । ଏଗ୍ରୋ ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆଣ୍ଡ ଫାଉଣ୍ଡେସନରୁ ଏକ ଦିନିକିଆ ତାଲିମ ଗ୍ରହଣ କରି ନିଜ ଘରେ ୨୦୦ଟି ବେଡ଼ରେ ଛତୁଚାଷ କରିଛନ୍ତି । ବର୍ତ୍ତମାନ ଦିନକୁ ପ୍ରାୟ ୫ ରୁ ୬ କିଲୋ ଛତୁ ବାହାରୁଥିବା ବେଳେ କିଲୋ ପ୍ରତି ୨ଶହ ଟଙ୍କାରେ ଏହା ବିକ୍ରି ହେଉଛି । ଗତ ଦେଢ଼ ମାସ ମଧ୍ୟରେ ସେ ପ୍ରାୟ ୩୫ ହଜାର ଟଙ୍କା ରୋଜଗାର କରିଥିବା ଶୁଶିଳା କହିଛନ୍ତି ।

ଏହି ଅଞ୍ଚଳରେ ଚାଷୀ ଯଦି ଅଧିକ ମାତ୍ରାରେ ଛତୁ ଚାଷ କରନ୍ତେ ତାହାଲେ ଆଗାମୀ ଦିନରେ ଏହାର ମାର୍କେଟ ଲିଂକେଜ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏଗ୍ରୋ ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆଣ୍ଡ ଫାଉଣ୍ଡେସନର ଅଧିକାରୀ କହିଛନ୍ତି । ଅପର ପକ୍ଷରେ ଛତୁ ଚାଷ କରି ଦୁଇ ପଇସା ରୋଜଗାର କରିପାରୁଥିବାରୁ ସେ ବେଶ ଖୁସି ଅଛନ୍ତି ବୋଲି ଶୁଶିଳା କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ