Masthead

ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବ ୫ଜି ସେବା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୫ ଜି କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ଭାରତରେ ଲଞ୍ଚ ହେବ ୫ଜି । ବର୍ତ୍ତମାନ ଏହାର ପରୀକ୍ଷା ପାଇଁ ଟେଲିକମ କମ୍ପାନୀ ଗୁଡ଼ିକୁ ଅନୁମତି ଦିଆଯାଇଛି । ଏଥିପାଇଁ ସେମାନଙ୍କୁ ସ୍ପ୍ରେକ୍ଟମ ମଧ୍ୟ ଉପଲବ୍ଧ କରାଯାଇଛି । ଦି ହିନ୍ଦୁ ବିଜନେସ ଲାଇନ୍ ର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ୫ ଜି ପାଇଁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଖୁବଶୀଘ୍ର ଭାତରରେ ଏହି ୫ଜି ଉପଲବ୍ଧ ହେବ । ରିପୋର୍ଟର ସୂଚନା ମୁତାବକ, ୭୫ ତମ ସ୍ୱାଧିନତା ଦିବସ ଅବସରରେ ଭାତରରେ ୫ଜି ଲଞ୍ଚ କରାଯିବାର ସମ୍ଭାବନା ରହିଛି । ଅର୍ଥାତ୍ ୨୦୨୨ ଅଗଷ୍ଟ ୧୫ ତାରିଖରେ ଏହା ଭାରତକୁ ଆସିବ ।

ମିଳିଥିବା ସୂଚନା ମୁତାବକ, ୨୦୨୨ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବେ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ସଫ୍ଟୱେର ଏବଂ ହାର୍ଡୱେରରେ ଅନେକ ଭାରତୀୟ ଟେକ୍ନୋଲୋଜି ଦେଖିବାକୁ ମିଳିବ । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଅନେକ ବଡ଼ ବଡ଼ କମ୍ପାନୀ ସାମସଙ୍ଗ, ନୋକିଆ, ଏରିକ୍ସନ ଏବଂ କ୍ୱାଲକମ୍ ଭାରତରେ ୫ଜି ହାର୍ଡୱେର ପାଇଁ ମାର୍ଯ୍ୟ କରୁଛନ୍ତି । ଯଦି ସବୁ ଠିକ ଠାକ୍ ଚାଲେ ତେବେ ଗ୍ରାହକମାନେ ଖୁବଶୀଘ୍ର ୫ଜି ଫୋନରେ ୫ଜିର ସେବା ପାଇ ପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ