Masthead

ହାଣ୍ଡିମାଠିଆ ଧରି ରାସ୍ତାରୋକ କଲେ ମହିଳା

ସୋରଡା (ବଡ଼ ଖବର ବ୍ୟୁରୋ): ଅସହ୍ୟ ଖରା ଯୋଗୁଁ ପାଣି ପାଇଁ ଡହଳ ବିକଳ ଲୋକେ । ହାଣ୍ଡିମାଠିଆ ଧରି ରାସ୍ତାରୋକ କଲେ ଗ୍ରାମର ମହିଳା । । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଞ୍ଜନଗର ବଡକୋଦାଣ୍ଡ ଗ୍ରାମରେ ଶିବ ମନ୍ଦିର ସାହିରେ । ଅସହ୍ୟ ଖରା ଯୋଗୁଁ ଗ୍ରାମରେ ଜଳ ସଙ୍କଟ ଦେଖିବାକୁ ମିଳିଛି । କିଏ ନଦୀରୁ ପାଣି ଆଣି ବ୍ୟବହାର କରୁଥିବା ବେଳେ ଆଉ କିଛି ଗ୍ରାମର ଲୋକେ ନଳକୂଅ ଉପରେ ଭରସା କରୁଛନ୍ତି । ଭଞ୍ଜନଗର ନିକଟସ୍ଥ ବଡକୋଦଣ୍ଡା ଗ୍ରାମର ଶିବମନ୍ଦିର ସାହିରେ ଦୀର୍ଘ ପନ୍ଦର ଦିନ ହେବ ଘରକୁ ସଂଯୋଗ କରାଯାଇଥିବା ବସୁଧା ଯୋଜନାରେ ପାଣି ଆସୁନଥିବାରୁ ଗ୍ରାମ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଏହାକୁ ନେଇ ସରପଞ୍ଚକୁ ଏକ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ଆଜି ସକାଳେ ଗ୍ରାମର ମହିଳାମାନେ ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଭଞ୍ଜନଗର ପୋଲିସ, ଜଳାଯୋଗଣ କନିଷ୍ଠ ଯନ୍ତ୍ରୀ ଓ ସମିତି ସଭ୍ୟ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିବା ସହିତ ଆଜି ସନ୍ଧ୍ୟା ସୁଦ୍ଧା ବସୁଧା ଯୋଜନାରେ ପାଣି ଘରକୁ ପହଂଚାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି