Masthead

ହାଣ୍ଡିମାଠିଆ ଧରି ରାସ୍ତାରୋକ କଲେ ମହିଳା

ସୋରଡା (ବଡ଼ ଖବର ବ୍ୟୁରୋ): ଅସହ୍ୟ ଖରା ଯୋଗୁଁ ପାଣି ପାଇଁ ଡହଳ ବିକଳ ଲୋକେ । ହାଣ୍ଡିମାଠିଆ ଧରି ରାସ୍ତାରୋକ କଲେ ଗ୍ରାମର ମହିଳା । । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଞ୍ଜନଗର ବଡକୋଦାଣ୍ଡ ଗ୍ରାମରେ ଶିବ ମନ୍ଦିର ସାହିରେ । ଅସହ୍ୟ ଖରା ଯୋଗୁଁ ଗ୍ରାମରେ ଜଳ ସଙ୍କଟ ଦେଖିବାକୁ ମିଳିଛି । କିଏ ନଦୀରୁ ପାଣି ଆଣି ବ୍ୟବହାର କରୁଥିବା ବେଳେ ଆଉ କିଛି ଗ୍ରାମର ଲୋକେ ନଳକୂଅ ଉପରେ ଭରସା କରୁଛନ୍ତି । ଭଞ୍ଜନଗର ନିକଟସ୍ଥ ବଡକୋଦଣ୍ଡା ଗ୍ରାମର ଶିବମନ୍ଦିର ସାହିରେ ଦୀର୍ଘ ପନ୍ଦର ଦିନ ହେବ ଘରକୁ ସଂଯୋଗ କରାଯାଇଥିବା ବସୁଧା ଯୋଜନାରେ ପାଣି ଆସୁନଥିବାରୁ ଗ୍ରାମ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଏହାକୁ ନେଇ ସରପଞ୍ଚକୁ ଏକ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ଆଜି ସକାଳେ ଗ୍ରାମର ମହିଳାମାନେ ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଭଞ୍ଜନଗର ପୋଲିସ, ଜଳାଯୋଗଣ କନିଷ୍ଠ ଯନ୍ତ୍ରୀ ଓ ସମିତି ସଭ୍ୟ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିବା ସହିତ ଆଜି ସନ୍ଧ୍ୟା ସୁଦ୍ଧା ବସୁଧା ଯୋଜନାରେ ପାଣି ଘରକୁ ପହଂଚାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ