Masthead

ଠକେଇର ଶିକାର ହେଲେ ମହିଳା

ବାରିପଦା(ବଡ଼ ଖବର ବ୍ୟୁରୋ): ଠକେଇର ଶିକାର ହେଲେ ମହିଳା । ଜଣେ ପାଠ ପଢି ନଥିବା ମହିଳାଙ୍କୁ ଲେବର କାର୍ଡ କରିବାକୁ କହି କାଗଜପତ୍ରରେ ଦସ୍ତଖତ ନେଲେ । ହେଲେ ଲେବର କାର୍ଡ ଦୂରର କଥା ଉକ୍ତ ମହିଳାଙ୍କ ନାମରେ ବ୍ୟାଙ୍କରୁ ଲୋନ କରି ନିଜେ ଟଙ୍କା ନେଇଗଲେ ଜଣେ ବ୍ୟକ୍ତି ।

୯୦ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ମହିଳାଙ୍କୁ ଏବେ ବ୍ୟାଙ୍କ ଋଣ ପରିଶୋଧ କରିବାକୁ ତାଗିଦ୍ କରୁଛି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବଡଗୁଡୁଗୁଡିଆ ଗ୍ରାମରେ । ଗ୍ରାମର ସେବତୀ ମହାକୁଡ ନାମକ ଜଣେ ମହିଳା ପାଠ ପଢି ନ ଥିବା ବେଳେ ଏହାର ସୁଯୋଗ ନେଇ ଉକ୍ତ ଗ୍ରାମର ମଧୁସୂଦନ ବାରିକ ଏବଂ ତାଙ୍କ ସ୍ତ୍ରୀ ସସ୍ମିତା ବାରିକ ତାଙ୍କର ଲେବର କାର୍ଡ କରାଇ ଦେବେ କହି ବିଭିନ୍ନ କାଗଜପତ୍ରରେ ଦସ୍ତଖତ କରାଇ ନେବା ସହିତ ଆଧାର କାର୍ଡ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ନେଇ ଯାଇଥିଲେ ।

ହେଲେ ଲେବର କାର୍ଡ ବାବଦରେ ସେବତୀ ବାରମ୍ବାର ଉକ୍ତ ଯୁବକଙ୍କୁ ପଚାରିବାରୁ କାର୍ଡ ଘରକୁ ଆସିବ କହି ସେ ସମୟ ଗଡେଇ ଚାଲିଥିଲେ । ହେଲେ ସେବତୀଙ୍କର ଯେତେବେଳେ ବ୍ୟାଙ୍କରେ କାମ ପଡିଲା ସେ ବ୍ୟାଙ୍କକୁ ଯିବାରୁ ତାଙ୍କ ନାମରେ ୯୦ ହଜାର ଟଙ୍କାର ଲୋନ ହୋଇଥିବା ସେ ଜାଣିବାକୁ ପାଇଥିଲେ ।

ଏବଂ ଉକ୍ତ ୯୦ ହଜାର ଟଙ୍କା ସେବତୀଙ୍କ ଆକାଉଣ୍ଟକୁ ଆସିବା ପରେ ଉକ୍ତ ଟଙ୍କାକୁ ମଧୁସୂଦନ ବାରିକ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଇଥିବା ସେ ଜାଣିବାକୁ ପାଇଥିଲେ । ଏହା ସହିତ ଉକ୍ତ ଋଣ ଟଙ୍କା ପରିଶୋଧ କରିବାକୁ ବ୍ୟାଙ୍କ କର୍ତ୍ତୁପକ୍ଷ ସେବତୀଙ୍କୁ ତାଗିଦ୍ ମଧ୍ୟ କରିଥିଲେ । ଯାହାପରେ ସେବତୀ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଏ ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ