Before Header

ଲୋକାର୍ପିତ ହେଲା ପରିକ୍ରମା ପ୍ରକଳ୍ପ

0 1,047

ପୁରୀ (ବଡ଼ ଖବର ବ୍ୟୁରୋ): ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଅପରାହ୍ନ ସାଢ଼େ ଗୋଟାଏରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଜପତି ମହାରାଜା ଦିବ୍ୟସିଂହଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ଫଳକରେ ନଡ଼ିଆ ପିଟି ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଲୋକାର୍ପଣ ପୂର୍ବରୁ ବରଣୀୟ ବ୍ରାହ୍ମଣମାନଙ୍କ ଦ୍ୱାରା ପଂଚ କସାୟନରେ ପରିକ୍ରମା ପ୍ରକଳ୍ପ ଫଳକ ଏବଂ ପଥକୁ ଶୋଧ କରାଯାଇଥିଲା । ଏହର ପୂର୍ବରୁ ଦିନ ୧୨ଟାରେ ବେଦପାଠ ପୂର୍ବକ ଶ୍ରୀନଅରରୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞସ୍ଥଳକୁ ବିଜେ କରି ଯଜ୍ଞକୁଣ୍ଡରେ ଆହୁତି ପ୍ରଦାନ କରିଥିଲେ । ୩ଦିନ ଧରି ଚାଲିଥିବା ମହାଯଜ୍ଞଙ୍କରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି ।

Leave A Reply

Your email address will not be published.