Masthead

ରାଉରକେଲାରେ ଚାଲିଛି ପିଲା ବିକ୍ରି ରାକେଟ୍

ରାଉରକେଲା(ବଡ଼ ଖବର ବ୍ୟୁରୋ): ପିଲା ବିକ୍ରି ରାକେଟ୍ ପର୍ଦାଫସ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ । ରାଉରକେଲାର ଭଦ୍ରମୁଖା ପିନ୍ଧା କେତେକ ମହିଳା ପିଲା ବିକ୍ରି କରିବା ରାକେଟ୍ ଚଳାଉଥିଲେ । ଏହି ଘୃଣ୍ୟ କାର୍ଯ୍ୟରେ କେତେଜଣ ପୁରୁଷ ମଧ୍ୟ ସାମିଲ ଥିଲେ । ଦାରିଦ୍ର୍ୟତା ସୁଯୋଗ ନେଇ ଲୋକଙ୍କୁ ଅର୍ଥ ଲାଳସା ଦେଖାଇ ସେମାନଙ୍କ ସମ୍ପର୍କୀୟଙ୍କ ପିଲାଙ୍କୁ କିଣି ବକୁଥିଲେ । ଦୁଇଜଣ ମହିଳା ସୀମା ଖୁଣ୍ଟିଆଙ୍କୁ ତିନି ଲକ୍ଷ ଟଙ୍କା ଲୋଭ ଦେଖାଇ ପିଲା ଆଣିବାକୁ କହିଥିଲେ ।

ଲୋଭରେ ସୀମା ନିଜ ନାତୁଣୀକୁ ନେଇ ସେମାନଙ୍କ ଏଜେଣ୍ଟଙ୍କୁ ହସ୍ତାନ୍ତର କରିଥିଲେ । ମାତ୍ର ଟଙ୍କା ନଦେଇ ଉକ୍ତ ମହିଳାମାନେ ପିଲାକୁ ନେଇ ପଳାଇଥିଲେ । ପରେ ସୀମା ଖୁଣ୍ଟିଆ ପ୍ଲାଣ୍ଟସାଇଟ ଥାନାରେ ଖବର ଦେବାପରେ ପୋଲିସ ପାଞ୍ଚ ଜଣ ମହିଳାଙ୍କ ସମେତ ସାତ ଜଣଙ୍କୁ ଗିରଫ କରିଛି । ଏହି ପିଲା ବିକ୍ରି ରାକେଟରେ ଦୁଇଜଣ ପୁରୁଷ ମଧ୍ୟ ସାମିଲ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା