Masthead

ଆମୀର ଖାନ ଓ କିରଣ ରାଓ: “ଆମ ପାଇଁ ଖୁସି ପ୍ରାର୍ଥନା କର”

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆମୀର ଖାନ ଏବଂ କିରଣ ରାଓ ଶନିବାର ଛାଡପତ୍ର ଘୋଷଣା କରିଥିଲେ। ଉଭୟ ଏକ ମିଳିତ ଭିଡିଓରେ କହିଛନ୍ତି ସେମାନେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି। ଛାଡପତ୍ରର ଗୋଟିଏ ଦିନ ପରେ ଉଭୟଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଆମୀର ଖାନ ଏବଂ କିରଣ ରାଓ ବହୁତ ଖୁସି ଦେଖାଯାଉଛନ୍ତି।

ସେମାନେ ଭିଡିଓ ମାଧ୍ୟମରେ କହିଛନ୍ତି, ଆମେ ପ୍ରଶଂସକଙ୍କ ମଧ୍ୟରେ ଏହି ବାର୍ତ୍ତା ଦେଉଛୁ ଯେ ଦୁଃଖ କରିବାର କୌଣସି ଆବଶ୍ୟକତା ନାହିଁ । ଆମେ ଏପର୍ଯ୍ୟନ୍ତ ଏକାଠି ଅଛୁ, କେବଳ ଆମର ସମ୍ପର୍କ ବଦଳି ଯାଇଛି । ଆଉ ମଧ୍ୟ କହିଛନ୍ତି, ଆମ ପାଇଁ ଖୁସି ପ୍ରାର୍ଥନା କର । ଆମୀର ଖାନ ଏବଂ କିରଣ ରାଓଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ମଧ୍ୟ ଅନେକ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଆମୀର ଖାନ ଏବଂ କିରଣ ରାଓ ପ୍ରଥମେ ୨୦୦୧ ରେ ଅଭିନେତା ଫିଲ୍ମ ‘ଲାଗାନ’ର ସେଟରେ ସାକ୍ଷାତ ହୋଇଥିଲେ ଏବଂ ସେମାନେ ଡିସେମ୍ବର ୨୦୦୫ ରେ ବିବାହ କରିଥିଲେ। ସେମାନଙ୍କର ପୁଅ ଆଜାଦ ରାଓ ଖାନ ଡିସେମ୍ବର ୨୦୧୧ ରେ ଜନ୍ମଗ୍ରହଣ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ