Masthead

ବେଟି ବାଚାଓ ସ୍ଲୋଗାନରେ କ’ଣ ଘଟିଛି ତାହା ପ୍ରଧାନମନ୍ତ୍ରୀ କହିବା ଉଚିତ୍ : ସଞ୍ଜୟ ସିଂ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):  ଗତ ଅଢେଇ ମାସ ଧରି ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁର ହିଂସାରେ ଜଳୁଛି । ମଣିପୁର ହିଂସାକୁ ନେଇ ଗୃହରେ ଉତ୍ତେଜନା ଦେଖାଦେଇଛି । ଏହି ଉତ୍ତେଜନା ମଧ୍ୟରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ସୋମବାର (ଜୁଲାଇ ୨୪) ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ଏହା ପରେ ସଞ୍ଜୟ ସିଂ ସାଂସଦମାନଙ୍କ ସହ ସଂସଦ ପରିସର ବାହାରେ ଧରଣାରେ ବସି କେନ୍ର୍ି ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ସଞ୍ଜୟ କହିଛନ୍ତି ଯେ ଏହି ଧାରଣ ସାରା ରାତି ପର୍ଯ୍ୟନ୍ତ ଚାଲିବ।

ଖାଲି ସେତିକି ନୁହେଁ ରାତି ସାରା ଧାରଣା ବସି ଗୀତ ଗାଇ ପରସ୍ପରକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ସେପଟେ ସଞ୍ଜୟ କହିଛନ୍ତି ଗତକାଲି ଠାରୁ ଆମେ ସଂସଦର ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବସିଛୁ। ଆମେ ଆମର ଆନ୍ଦୋଳନ ଜାରି ରଖିବୁ । ମଣିପୁରରେ ଡବଲ ଇଞ୍ଜିନ ସରକାର ଚାଲିଛି । ରାଜ୍ୟରେ ହିଂସାକୁ ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ସରକାର । ସେ କହିଛନ୍ତି ଯେ ସଂସଦରେ ପ୍ରଧାନମନ୍ତ୍ରୀ ଏକ ବିବୃତ୍ତି ଦେବା ଉଚିତ୍। ମଣିପୁରବାସୀଙ୍କ ସହ ଯାହା ଘଟିଲା ସମଗ୍ର ଦେଶ ଦେଖିଛି । ସରକାରଙ୍କ ବେଟି ବାଚାଓ ସ୍ଲୋଗାନରେ କ’ଣ ଘଟିଛି ତାହା ପ୍ରଧାନମନ୍ତ୍ରୀ କହିବା ଉଚିତ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ