Masthead

ଦିଲ୍ଲୀ ବିଧାନସଭା ନିର୍ବାଚନ: ମେଣ୍ଟ କରିବନି, ଏକା ଲଢ଼ିବ ଆପ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ସାଧାରଣ ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିବା ଆପ୍‌, ଆଗକୁ ଅନୁଷ୍ଠିତ ହେବାକୁ ଥିବା ଦିଲ୍ଳୀ ବିଧାନସଭା ନିର୍ବାଚନରେ କିନ୍ତୁ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି । ରିପୋର୍ଟ ଅନୁସାରେ ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବିଧାୟକମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ କେଜ୍ରିୱାଲ୍‌ଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ମଧ୍ୟ ଉପସ୍ଥିତ ରହିଥିଲେ । ବୈଠକ ସମୟରେ ବିଧାନସଭା ନିର୍ବାଚନ ସମୟରେ କୌଣସି ଦଳ ସହ ମେଣ୍ଟ କରିବା ଠାରୁ ଆପ୍ ଦୂରେଇ ରହିବ ଏବଂ କୌଣସି ମେଣ୍ଟରେ ସାମିଲ ହେବନାହିଁ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି । ଏହାବ୍ୟତୀତ ବୈଠକରେ ସମସ୍ତ ବିଧାୟକଙ୍କୁ ନିଜ ନିଜର ନିର୍ବାଚନମଣ୍ଡଳୀରେ ପ୍ରତି ଶନିବାର ଓ ରବିବାର ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କୁହାଯାଇଛି ।

ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ବିକାଶମୂଳକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ଏବେ ପୁଣି ସେସବୁ ଆରମ୍ଭ କରିବାକୁ କୁହାଯାଇଛି । ସେହିପରି ଆସନ୍ତା ଜୁନ ୮ରେ ଆପ୍ ପକ୍ଷରୁ ମନ୍ତ୍ରିପରିଷଦ ବୈଠକ ଡକାଯାଇଛି । ଜୁନ ୧୩ରେ ମଧ୍ୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକ ବସିବ । ଏହାଦ୍ୱାରା ଦିଲ୍ଲୀବାସୀଙ୍କ ନିକଟତର ହେବା ସହ ସେମାନଙ୍କ ସମ୍ପର୍କରେ ରହିବା ସହଜ ହୋଇପାରିବ ବୋଲି ମତବ୍ୟକ୍ତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ