Masthead

ବିଜେପିର କକ୍ଷତ୍ୟାଗ, କଂଗ୍ରେସର ଧାରଣା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ନବ ଦାସଙ୍କ ହତ୍ୟା ଓ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି । ସେହିଭଳି ସମାନ ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକମାନେ। ବିଜେପି କକ୍ଷତ୍ୟାଗ କରିବା ସହ ନବ ଦାସଙ୍କ ହତ୍ୟାକୁ ନେଇ ସରକାରଙ୍କୁ ଘେରିଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସରକାରଙ୍କର ଜଣେ ମନ୍ତ୍ରୀଙ୍କୁ ସରକାର ମାରିଲେ । ପୋଲିସ ତ ସରକାରଙ୍କର ଅଂଶବିଶେଷ ।

ଜଣେ ମନ୍ତ୍ରୀଙ୍କୁ ଯେତେବେଳେ ହତ୍ୟା କରାଯାଉଛି ସେତେବେଳେ ସାଧାରଣ ଜନତାଙ୍କର ସୁରକ୍ଷା କିଏ କରିବ? ତଦନ୍ତ ଯେତେବେଳେ ଠିକ୍ ଢଙ୍ଗରେ କରାଯାଉନି, ରାଜ୍ୟର ଭବିଷ୍ୟତ କ’ଣ ହେବ? ମନ୍ତ୍ରୀଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଯଥେଷ୍ଟ କି? ଠିକ ଢଙ୍ଗରେ ତଦନ୍ତ ହେଉନଥିବାରୁ ବିଜେପି ସିବିଆଇ ତଦନ୍ତ ଦାବି କରି ଆସୁଛି । ଏହି ପ୍ରସଙ୍ଗରେ ଦଳର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିବନି । ଆଗକୁ ଆହୁରି ଶାଣିତ ହେବ । ଭବିଷ୍ୟତ କାର୍ୟ୍ୟପନ୍ଥା ବାବଦରେ ଘୋଷଣା କରୁନୁ ବୋଲି କହିଛନ୍ତି ଜୟନାରାୟଣ ।

ସେହିଭଳି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାରଙ୍କ ଗୋଲାପୀ ଚିତ୍ର ଅଙ୍କା ଯାଇଛି । ଓଡ଼ିଶାରେ ଯାହା ବିକାଶ ହୋଇଛି ତାହା ବିଶ୍ୱସ୍ତରୀୟ ବୋଲି କୁହାଯାଉଛି । କିନ୍ତୁ ବାସ୍ତବ କଥା ଭିନ୍ନ । ଯେଉଁଠି ଅସତ୍ୟ କଥା ପ୍ରଦର୍ଶିତ କରାଯାଉଛି, ଗୃହ ବିଭାଗ ତଥା ମୁଖ୍ୟମନ୍ତ୍ରୀଙ୍କ ବିଭାଗର ଜଣେ ପୋଲିସ ଅଧିକାରୀ ମନ୍ତ୍ରୀଙ୍କୁ ହତ୍ୟା କରୁଛନ୍ତି । ତାହାକୁ ଗ୍ରହଣ କରିବ ନାହିଁ ବିଜେପି । ଯେହେତୁ ରାଜ୍ୟପାଳଙ୍କ ମୁହଁରେ ଏସବୁ ମିଛ କଥା କୁହାଯାଉଛି ତେଣୁ କକ୍ଷତ୍ୟାଗ କଲୁ ବୋଲି କହିଛନ୍ତି ମୋହନ ମାଝୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ